ଶିକ୍ଷକଙ୍କ ବଦଳି ବାତିଲ ଦାବୀ:ସ୍କୁଲ ଫାଟକରେ ତାଲା ପକାଇ ଛାତ୍ର/ଛାତ୍ରୀ ଓ ଅଭିଭାବବଙ୍କ ଆନ୍ଦୋଳନ

ଛତ୍ରପୁର,(ଓ୍ବାଇଏନଏସ) : ଶିକ୍ଷକଙ୍କ ବଦଳୀ ବାତିଲ କରିବା ଦାବୀ ନେଇ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଛାତ୍ର/ଛାତ୍ରୀ ଓ ଅଭିଭାବକ । ଏହିପରି ଘଟଣା ଛତ୍ରପୁର ବ୍ଲକ ଟାକିରିଆ ବ୍ରହ୍ମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଆଜି ଶନିବାର ହୋଇଥିବାରୁ ସକାଳୁଆ ସ୍କୁଲ ଥିଲା । ଶିକ୍ଷକ ଜେ.କୁର୍ମା ରାଓଙ୍କ ବଦଳୀ ଅନ୍ୟ ଗୋଟେ ସ୍କୁଲକୁ ହୋଇଥିବାରୁ ତାଙ୍କ ବଦଳି ବାତିଲ କରିବା ନେଇ ସ୍କୁଲ ଫାଟକରେ ତାଲା ପକାଇ ରଖିଥିଲେ ଅଭିଭାବକ ଓ ଛାତ୍ର/ଛାତ୍ରୀ ମାନେ । ଏପିରିକି ଅନ୍ୟ କୈାଣସି ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଭିତରକୁ ଛାଡିନଥିଲେ । ଫାଟକ ସମ୍ମୁଖରେ ଅଭିଭାବକ ଓ ଛାତ୍ର/ଛାତ୍ରୀ ମାନେ ବସି ରହିବା ସହ ଆମକୁ କୁର୍ମା ସାର ଦରକାର ବୋଲି ଦାବୀ କରିଥିଲେ । କିଛି ରାଜନୈତିକ ଚାପରେ ତାଙ୍କୁ ଏଠି ବଦଳୀ କରାଯାଇଛି ତେଣୁ ଏହି ବଦଳୀକୁ ତୁରନ୍ତ ବାତିଲ ଦାବୀ କରିଥିଲେ । ଯେତେ ଦିନ ପ୍ରର୍ଯ୍ୟନ୍ତ ବଦଳି ବାତିଲ ହୋଇନାହିଁ, ସେତେଦିନ ପ୍ରର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ପଡି ରହିବ ବୋଲି କହିଥିଲେ । ସେ ଜଣେ ଭଲ ଶିକ୍ଷକ ତାଙ୍କ ପାଇଁ ବେସରକାରୀ ସ୍କୁଲର କିଛି  ପିଲା ଚଳିତଶିକ୍ଷାବର୍ଷରେ ସେଠାରୁ ବାହାରି ଏହି ସ୍କୁଲରେ ପଢୁଛନ୍ତି । ଏବେ ଏହି ଶିକ୍ଷକଙ୍କ ବଦଳୀ ହୋଇଯାଇଥିବାରୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ହେବ ବୋଲି କହିଥିଲେ । ଜେ.କୁର୍ମା ରାଓଙ୍କୁ ସୁନ୍ଦରପୁର ର ସୁନ୍ଦରେଶ୍ୱର ସ୍କୁଲକୁ ବଦଳି ହୋଇଯାଇଛି ଏବଂ ତାଙ୍କ ବଦଳୀରେ ଅନ୍ୟ ଜଣେ ଶିକ୍ଷୟତ୍ରୀ ଆସିଥିବା ବେଳେ ସେ ମଧ୍ୟ ଆଜି ସ୍କୁଲକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ସ୍କୁଲ ଭିତରକୁ ଛଡାଯାଇନଥିଲା ।  ଘଟଣାର ଖବର ପାଇଁ ଚମାଖଣ୍ଡି ପୁଲିସ ପହଂଚିଥିଲେ । ତାଙ୍କ ବଦଳୀ ବାତିଲ ନେଇ ଗତକାଲି ଛତ୍ରପୁର ବିଇଓଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ, ଯଦି ବଧଳି ବାତିଲ ନହେବେ ସେମାନେ ସ୍କୁଲ ଗେଟରେ ତାଲା ପକାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ