ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ଆବାସିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନାଦେଇଥିଲେଜିଲ୍ଲାର ୧୩ଟି ବ୍ଲକର ୨୯୭ ପଞ୍ଚାୟତର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଛଅଟି ବ୍ୟାଚ୍ ରେ ଏହି ପ୍ରଶିକ୍ଷଣରେ ଯୋଗ ଦେବେ, ଯାହା ୬ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ପ୍ରଶିକ୍ଷଣରେ ବିପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫, ସତର୍କତା ପ୍ରଣାଳୀ, ଆଶ୍ରୟସ୍ଥଳ ପରିଚାଳନା, ଶୁଷ୍କ ପ୍ରତିକାର, ଏବଂ ଗ୍ରାମ ପଞ୍ଚାୟତର ଭୂମିକା ଆଦି ବିଷୟ ଉପରେ ଆଲୋଚନା ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ