ଭୀମଦଳୀ ଘାଟିରେ ୧୦ ଫୁଟ ତଳକୁ ଖସିଲା କାର: ତିନି ଆହାତ
ମୋହନା,(ଓ୍ବାଇଏନଏସ) ଗଜପତି ଜିଲ୍ଲା ଅଡବା ଥାନା ଖାରୀଗୁଡା ପଂଚାୟତ ର ଭୀମଦଳୀ ଘାଟି ରେ ତଳକୁ ଖସିଲା କାର l ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର ତିନି ଜଣ l ରାୟଗଡା ଜିଲ୍ଲା ରାମନାଗୁଡାର ଏ.ଶିବ ପ୍ରସାଦ , ତାଙ୍କ ଙ୍କ ସ୍ତ୍ରୀ ଏ. ଭାରତୀ ଓ ଝିଅ ଏ.ତେଜସ୍ଵୀନି କାର ରେ ଖୋର୍ଦ୍ଧା ଯାଉଥିଲେ l ଶୁକ୍ରବାର ଭୋର ସମୟରେ ଗୋଟିଏ ବସ କୁ ସାଇଡ ଦେବାବେଳେ ଭୀମଦଳୀ ଘାଟିରେ ଭlରସlମ୍ୟ ହରାଇ ଘାଟିର ୧୦ ପୁଟ ତଳକୁ ଖସି କାର ଟି ପଡିଥିଲା l ଫଳରେ କାର ରେ ଥିବା ବାପା, ମା, ଝିଅ ଆହତ ହୋଇଥିଲେ l ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତିନି ଜଣଙ୍କୁ ଉଦ୍ଧାର କରି ବିରିକୋଟ ମେଡିକାଲ ରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ଏକ ଅଟୋ ରେ ରlମନlଗୁଡ଼ା ଫେଇଯାଇଛନ୍ତି l ଏକ ବଡ଼ ଦୁର୍ଘଟଣା ରୁ ଗୋଟିଏ ପରିବାରର ୩ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଅଡବା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l