ପ୍ରେମିକାକୁ ଦେହ ବ୍ୟବସାୟରେ ଲଗାଇବା ମାମଲା : ପ୍ରେମିକ ସମେତ ୪ କୋର୍ଟଚାଲାଣ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପ୍ରେମିକାକୁ ଦେହ ବ୍ୟବସାୟରେ ଲଗାଇବା ମାମଲାରେ ପୋଲିସ ଆଜି ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଅରୁଆକଦଳୀବଣ ଗ୍ରାମର ଅଭୟ ମଳିକଙ୍କ ପୁଅ ତଥା ଯୁବତୀଙ୍କ ପ୍ରେମିକ ବାପି ରାହୁଲ ମଳିକ(୩୦), ମାର୍ଶାଘାଇ ଥାନା ଅଧିନ କରଞ୍ଜ ଗ୍ରାମର ଭୀମସେନ ମଳିକଙ୍କ ପୁଅ ହିରଣ୍ୟ ମଳିକ(୩୬), ସେହି ଥାନା ଅଧିନ ଆଇତିପୁର ଗ୍ରାମର ଅମର ମଳିକଙ୍କ ପୁଅ ଅମିତ ମଳିକ(୧୯) ଓ କରମକୂଳ ଗ୍ରାମର ପ୍ରଶାନ୍ତ କୁମାର ମଳିକଙ୍କ ପୁଅ ଗଙ୍ଗାଧର ମଳିକ(୧୯)। ପୋଲିସର ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ସଦର ଥାନା ଅଧିନ ଶ୍ୟାମଗୁଡିଆ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଏକ ଲଜରେ ରାହୁଲ ନିଜ ପ୍ରେମିକାକୁ ଦେହ ବ୍ୟବସାୟରେ ଲଗାଇଥିଲା। ଏଥିସହ ସେ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ପ୍ରଭୃତି ସ୍ଥାନରୁ ଯୁବତୀମାନଙ୍କୁ ମଧ୍ୟ ଆଣି ଦେହ ବ୍ୟବସାୟରେ ଲଗାଇଥିଲା। ଏହି କାର୍ଯ୍ୟରେ ରାହୁଲକୁ ଉପରୋକ୍ତ ଅନ୍ୟ ୩ ଅଭିଯୁକ୍ତ ସହୟତା କରୁଥିଲେ। ଏହାମଧ୍ୟରେ ପ୍ରେମିକା ଗର୍ଭବତୀ ହେବା ସହ ଅସୁସ୍ଥ ହୋଇପଡିଲା। ଫଳରେ ପ୍ରେମିକ ଜଣଙ୍କ ତାଙ୍କୁ କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡରେ ଛାଡି ଫେରାର ହୋଇ ଯାଇଥିଲା। ପୋଲିସ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏଥିସହିତ ପୋଲିସ ପ୍ରେମିକ ବାପି ରାହୁଲ କୁମାରଙ୍କୁ ଗିରଫ କରିଥିଲା। ତାକୁ ଗିରଫ କରିବା ପରେ ସେ ତାଙ୍କ ସହଯୋଗୀମାନଙ୍କ ନାଁ କହିଥିଲା। ଫଳରେ ପୋଲିସ ସେମାନଙ୍କୁ ମଧ୍ୟ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କୁ ପୋଲିସ ଜେରା କରିବା ପରେ ଦେହ ବ୍ୟବସାୟରେ ସେମାନେ ଲିପ୍ତ ଥିବା କଥା ପୋଲିସ ପାଖରେ ସ୍ୱୀକାର କରିଥିଲେ ବୋଲି ସଦର ଥାନାଧିକାରୀ କାଦମ୍ବିନୀ ପ୍ରଧାନ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ରାହୁଲ ପଡୋଶୀ ଜିଲ୍ଲାର ଜଣେ ଯୁବତୀଙ୍କ ସହ ଫେସବୁକରୁ ବନ୍ଧୁତା ଆରମ୍ଭ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଫଳରେ ଗତ ୩ ମାସ ହେବ ଯୁବତୀ ଜଣକ ଘରୁ ପ୍ରେମିକ ରାହୁଲଙ୍କ ପାଖକୁ ପଳାଇ ଆସିଥିଲେ। ରାହୁଲ ତାଙ୍କୁ ମେଡିକାଲ ନିକଟରେ ଥିବା ଏକ ଲଜରେ ରଖି ଦେହ ବ୍ୟବସାୟରେ ଲଗାଇଥିଲେ। ଏହାଦ୍ୱାରା ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଗର୍ଭବତୀ ହେବା ପରେ ମଧ୍ୟ ପ୍ରେମିକ ଦେହ ବ୍ୟବସାୟରେ ତାଙ୍କୁ ଲଗାଇଥିଲା। ବିଭିନ୍ନ ଗ୍ରାହକଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିବା ଦ୍ୱାରା ଯୁବତୀଙ୍କ ଶରୀର ଅସୁସ୍ଥ ହୋଇପଡିଥିଲା। ଫଳରେ ସେ ଗ୍ରାହକଙ୍କୁ ସନ୍ତୁଷ୍ଟ କରି ପାରି ନଥିଲେ। ଫଳରେ ରାହୁଲ ଆଉ ଟଙ୍କା ରୋଜଗାର କରିପାରି ନଥିଲେ। ତେଣୁ ରାହୁଲ ତାଙ୍କୁ ବସଷ୍ଟାଣ୍ଡରେ ଛାଡି ଫେରାର ହୋଇ ଯାଇଥିଲେ। ହେଲେ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସମସ୍ତ ଘଟଣା ପ୍ରଦାକୁ ଆସିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ