ଜାତି ଜନଗଣନା ରାହୁଲ ଗାନ୍ଧୀଙ୍କ ନୈତିକ ଓ ରାଜନୈତିକ ବିଜୟ – କଂଗ୍ରେସ

ବାଲେଶ୍ବର(ସରୋଜ ପଣ୍ଡା): ଭାରତ ର ଜାତି ଜନଗଣନା କୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୀର୍ଘ ବର୍ଷ ଧରି ଲୋକସଭା ଭିତରେ ଓ ବାହାରେ ସ୍ୱର ଉତ୍ତୋଳନ କରି ଆସୁଥିଲେ | ଦେଶ ର 90% ଜନସାଧାରଣ ସବୁ କ୍ଷେତ୍ର ରୁ ବଂଚିତ ହେବା ଏବଂ 10% ଲୋକ ସବୁ କ୍ଷେତ୍ରରେ ନିଜର ପ୍ରଭୂତ୍ବ ବିସ୍ତାର କରିଥିବାରୁ ଦେଶ ର ବିକାଶ ରେ ଯଉ ଅସାମନତା ଦେଖା ଯାଉଥିଲା ତାର ଏକ ମାତ୍ର ଉପାୟ ଜାତି ଜନଗଣନା| ରାହୁଲ ଗାନ୍ଧୀ ଙ୍କ ଏକମାତ୍ର ଦାବୀ ଥିଲା ଶରୀର ରେ ଏକ୍ସ ରେ କରି ରୋଗ ଜାଣିବା ସଦୃଶ ଜାତି ଜନ ଗଣନା କରି ଯାହାର ଯେତେ ସଂଖ୍ୟା ତାର ସେତେ ଭାଗିଦାରୀ ନିଶ୍ଚିନ୍ତ କରାଯାଉ | ଏହାକୁ ନେଇ ପ୍ରଧାନମନ୍ତ୍ରୀ ଙ୍କ ଠୁ କେନ୍ଦ୍ର ମନ୍ତ୍ରୀ, ବିଜେପି ସାଂସଦ ଓ ନେତା ମାନେ ରାହୁଲ ଗାନ୍ଧୀ ଙ୍କ ପ୍ରତି ଅପମାନ ସୁଚକ ମନ୍ତବ୍ୟ ପ୍ରଦାନ କରିଥିଲେ |ଏପରିକି ତାଙ୍କ ବିରୁଦ୍ଧରେ ଦେଶ କୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ | କିନ୍ତୁ ଶ୍ରୀ ରାହୁଲ ଗାନ୍ଧୀ ଏଥିରେ ଭୟଭୀତ ବା ବିଚଳିତ ନ ହୋଇ ନିଜ ଜିଦ ରେ ଅଟଳ ରହି ଜାତି ଜନଗଣନା ପାଇଁ ଅବିରତ ସଂଗ୍ରାମ ଜାରି ରଖିଥିଲେ | ଯାହାର ପରିଣାମ ସ୍ୱରୂପ କେନ୍ଦ୍ର ର ମୋଦୀ ସରକାର ଜାତି ଜନଗଣନା କରିବାକୁ କେବିନେଟ ରେ ନିଷ୍ପତ୍ତି ନେଇଛନ୍ତି | ଏହା ରାହୁଲ ଗାନ୍ଧୀ ଙ୍କ ନୈତିକ  ଓ ରାଜନୈତିକ ବିଜୟ | ସେହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଅଫିସ ଠାରେ ଜ଼ିଲ୍ଲା କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀ ଙ୍କ ଏହି ବିଜୟ ପାଇଁ ଧନ୍ୟବାଦ ଓ ବିଜୟ ଉତ୍ସବ ଦୁଗ୍ଧଅଭିଷେକ,ବାଣ ଫୁଟାଇ ଓ ମିଷ୍ଟାନ ବଣ୍ଟନ କରି ପାଳନ କରାଯାଇଛି ଜ଼ିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପିସିସି ପର୍ଯ୍ୟବେକ୍ଷକ ଶ୍ରୀମତୀ ବନ୍ଦିତା ପରିଡା, ପଦ୍ମାକର ଗୁରୁ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଅକ୍ଷୟ ଆଚାର୍ଯ୍ୟ, ନାରୀ ନେତ୍ରୀ ଅର୍ଚନା ନନ୍ଦୀ, ଯୁବନେତା ସରୋଜ ଲେଙ୍କା, ଗୋପୀନାଥ ପାଢ଼ୀ, ସୁଧାଂଶୁ ଜେନା, ମନୋଜ ମହାନ୍ତି, ଜ୍ୟୋସ୍ନା ସେନାପତି, ବାସନ୍ତୀ ସାମଲ, ହେମଲତା ଦାସ, ଯୁବ ସଭାପତି ରଞ୍ଜନ ଦାସ, ଛାତ୍ର ସଭାପତି ଗୌତମ ସାହୁ ଜ଼ିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, ସତ୍ୟନାରାୟଣ ଗୁପ୍ତା, ଜୟକୃଷ୍ଣ ବେହେରା, ମନୋରଞ୍ଜନ ପଣ୍ଡା, ଉପେନ୍ଦ୍ର ବେହେରା,ଦେବଦତ୍ତ ଦାସ, ତୁଷାର ତାପସୀ, ଜୁବିଲି ପଣ୍ଡା, ସୁଦାମ ପାତ୍ର, ହରିଶଙ୍କର ଜେନା, ଅସଗାର ଅଲ୍ଲୀ, ଗୌରୀ ଶଙ୍କର ଜେନା, କାର୍ତିକ ପାତ୍ର, କନ ବେହେରା, ଯଶୋଦା ସିଂହ, କେଶବ ନାୟକ, ଜୀବନ ମହାପାତ୍ର ସମେତ ଶତାଧିକ କର୍ମୀ ଯୋଗଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ