ସାତକୋଶିଆ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟ କାରଣ ଅସ୍ପଷ୍ଟ

କରଞ୍ଜିଆ,( ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତର ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ସାତକୋଶିଆ ବନାଞ୍ଚଳ ସାତକୋଶିଆ, ଗୋଡ଼ଭଙ୍ଗା ଓ ଶାଳଚୁଆ ଜଙ୍ଗଲରେ ୪ଟି ହାତୀ ବହୁ ଦିନ ଆଗରୁ ରହି ଆସୁଥିଲେ । ଆଜି ପ୍ରାୟ ସକାଳ ୭ଟା ସମୟରେ ୨ଜଣ ଯୁବକ ଶାଳଚୁଆ ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଥିବା ପୋଖରୀ କୁ ଯାଇଥିବାବେଳେ ଗୋଟିଏ ଦନ୍ତା ହାତୀ ପୋଖରୀରୁ ପାଣି ପିଇ ପୋଖରୀ ଉପରକୁ ଉଠୁଥିବାର ଦେଖିବାକୁ ପାଇଥିଲେ l ପରେ ହାତୀର ଉପସ୍ଥିତି ନେଇ ଶାଳଚୁଆ ବନରକ୍ଷୀ ପଦ୍ମାବତୀ ପାତ୍ରଙ୍କୁ ଖବର ଦେଇଥିଲେ। ସେ ସଙ୍ଗେ ସଙ୍ଗେ ସାତକୋଶିଆ ରେଞ୍ଜର, ଫରେଷ୍ଟରଙ୍କୁ ଜଣାଇବା ସହ ହାତୀ ର ଗତିବିଧି ଉପରେ ନଜର ରଖିଥିଲେ। ଫୁଟବଲ ପଡିଆଠାରୁ ହାତୀଟି ପାଖ ଜଙ୍ଗଲର କିଛି ଦୂରକୁ ଯିବା ପରେ ହଟାତ ତା’ର ମୃତ୍ୟୁ ହୋଇଥିଲା। ଦନ୍ତା ହାତୀର ମୃତ୍ୟୁ ସମ୍ପର୍କରେ ଖବରପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ସହକାରୀ ବନ ସଂରକ୍ଷକ ମଦନ ମୋହନ ମହାନ୍ତ, ସାତକୋଶିଆ ବନ୍ଯପ୍ରାଣୀ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ମହାନ୍ତ, ବନପାଳ ଗିରିଜା ନନ୍ଦନ ଦଳେଇ, ବନରକ୍ଷୀ ସନତ ମହାନ୍ତ ଓ ଅନ୍ଯ ବନକର୍ମଚାରୀ ଙ୍କ ସମେତ ଠାକୁରମୁଣ୍ଡା ପ୍ରଣୀ ଚିକିତ୍ସକ ଡ଼ଃ ପ୍ରିତି ପ୍ରସନ୍ନ ସାହୁ, ଚମ୍ପୁଆ ପ୍ରାଣୀ ଚିକିତ୍ସକ ଡ଼ଃ.ପ୍ରକାଶ ଚନ୍ଦ୍ର ଘଡ଼େଇ, କେନ୍ଦୁମୁଣ୍ଡି ପ୍ରାଣୀ ଚିକିତ୍ସକ ଡ଼ଃ.କଲ୍ଯାଣୀ ମାରାଣ୍ତି ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁଧ୍ୟାନ କରିଛନ୍ତି। ଜଙ୍ଗଲ ରେ ହାତୀର ଶବ ବ୍ଯବଛେଦ ହୋଇଛି ପରେ ଦନ୍ତା ହାତୀର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିଏଫଓ ଶ୍ରୀକାନ୍ତ ନାଏକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ