ସିବିଏସଇ ପରୀକ୍ଷା ଫଳ ପ୍ରକାଶିତ : ଲୋପାମୁଦ୍ରା ରଖିଲେ ୯୪.୬ ପ୍ରତିଶତ ମାର୍କ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ସି.ବି.ଏସ.ଇ. ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ନେତାଜୀ ମଡେଲ ସ୍କୁଲର ଛାତ୍ରୀ ଲେପାମୁଦ୍ରା ପାଟ୍ଟଯୋଶୀ ୯୪.୬ପ୍ରତିଶତ ମାର୍କ ରଖି ସି.ବି.ଏସ.ଇ. ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଲୋପାମୁଦ୍ରା ହେଉଛନ୍ତି ଆଇନଜୀବୀ ତାରେଣୀ ପାଟ୍ଟଯୋଶୀ ଓ ଶିକ୍ଷୟିତ୍ରୀ କାଦମ୍ବରୀ ପଣ୍ଡାଙ୍କ ଏକମାତ୍ର କନ୍ୟା ତଥା ଅବସରପ୍ରାପ୍ତ ରାଜସ୍ୱ ବିଭାଗ ଅଧିକାରୀ ଭବାନୀଶଙ୍କର ପାଟ୍ଟଯୋଶୀଙ୍କ ନାତୁଣୀ। ଲୋପାମୁଦ୍ରା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ସେ ପ୍ରଥମରୁ ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ହୋଇ ଆସିଛନ୍ତି। ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।