ମୋନ୍ଥା ବାତ୍ୟା ଦ୍ୱାରା ପ୍ରଭାବିତ ପରିବାରମାନଙ୍କୁ ସିସିଡି ଓ ଲିନସି ଫାଉଣ୍ଡେସନ୍ର ରିଲିଫ୍ ସାମଗ୍ରୀ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଅକ୍ଟୋବର ମାସରେ ଘଟିଥିବା ତିନିଦିନିଆ ଭାରି ବର୍ଷା ଓ “ମୋନ୍ଥା” ବାତ୍ୟାର ଫଳରେ ରାୟଗଡା ବ୍ଲକର ଅନେକ ଗ୍ରାମରେ ଘରଦ୍ୱାର, ଫସଲ ଓ ରାସ୍ତା ଆଦି ଭାରି କ୍ଷତିଗ୍ରସ୍ତ ହୋଇପଡିଥିଲା। ଏହି ବିପଦ ସ୍ଥିତିରେ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି, ସିସିଡି ଓ ଲିନ୍ସି ଫାଉଣ୍ଡେସନର ସଂଯୁକ୍ତ ପ୍ରୟାସରେ ମର୍ଲବା ପଞ୍ଚାୟତ ଅନ୍ତର୍ଗତ ପେକଟା ଓ ଲିମରସିଙ୍ଗି ଗ୍ରାମର ୪୩ ଟି ପରିବାରଙ୍କୁ ରାହାତ ସାମଗ୍ରୀ ବିତରଣ କରାଯାଇଛି।
ଏହି ସାହାଯ୍ୟ ବିତରଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା ମୁଖ୍ୟ ଅତିଥିଙ୍କ ସହିତ ରୋହିତ ବେହେରା, ଜି. କୁମାର ରେଡ଼ି (ରାୟଗଡା), ସ୍ଥାନୀୟ ସରପଞ୍ଚ ଜଳନ୍ଧର କାର୍ଯି , ପାର୍ବତୀ ଭୂୟାଁ ସମିତି ସଭ୍ୟ, ଯୁସ୍ପିନ ଶବର ୱାର୍ଡ ମେମ୍ବର ଓ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ରହି ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ। ସାହାଯ୍ୟ ବିତରଣ ସମୟରେ ପ୍ରତ୍ୟେକ ପରିବାରକୁ ଘର ଛାତ ପାଇଁ ତାରପଲିନ୍, ଖାଦ୍ୟ ସାମଗ୍ରୀ ୨୫ କେଜି ଚାଉଳ, ଡାଲି, ତେଲ, ଚିନି, ମୋଟର, ଚୂଡା, ସୁଜି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ସାବୁନ, ସର୍ଫ ପାଉଡର ପୋଷାକ ସାମଗ୍ରୀ: ଶାଢୀ, ପେଣ୍ଟ, ନାଇଟି, ଚାଦର ଓ ଟାବଲ – ପ୍ରତ୍ୟେକରୁ ଦୁଇଟି ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀମାନେ ଏହି ସାହାଯ୍ୟ ପାଇଁ ଲିନ୍ସୀ ଫାଉଣ୍ଡେସନ୍ ଓ ସିସିଡି ଅନୁଷ୍ଠାନ ପ୍ରତି ଅଭାର ଜଣାଇଛନ୍ତି, ଏବଂ ସେମାନଙ୍କୁ ଏପରି ଦୁର୍ଯୋଗ ସମୟରେ ମାନବିକ ସହାୟତା ପ୍ରଦାନ କରାଯାଇଥିବାରେ ଆନନ୍ଦ ବ୍ୟକ୍ତ କରିଛନ୍ତି। ଏହି ସାହାଯ୍ୟ ବିତରଣ କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଏ. ଜଗନ୍ନାଥ ରାଜୁଙ୍କ ନିର୍ଦ୍ଦେଶକ୍ରମେ, ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ, ପ୍ରୋଜେକ୍ଟ ଅଫିସର ଦେବାଶିଷ ପାଇକ, ଏବଂ ଜୟଲକ୍ଷ୍ମୀ ବେହେରା, ମମତା ପାତ୍ର, ବି. ମାନାସା ପ୍ରମୁଖ ପରିଚାଳନା କରିଥିଲେ।


