ସିଡିଏମ ଓ ଡିପିଏମ ଙ୍କ ପାଣ୍ଡିରିପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିଦର୍ଶନ
ପୋଲସରା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର କରୁଣା ଟ୍ରଷ୍ଟ ପରିଚାଳିତ ପାଣ୍ଡିରିପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ପରିଦର୍ଶନ ପାଇଁ ଅକ୍ଟୋବର ୧୫ ତାରିଖ ଦିନ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ ନାୟକ ଙ୍କ ନେତୃତ୍ୱରେ ଡିପିଏମ ବୁଲୁନାଥ ସାହୁ ଏବଂ ଜିଲ୍ଲା ପରିଦର୍ଶକ ମଣ୍ଡଳୀ ଆସିଥିଲେ। ପରିଦର୍ଶକ ମଣ୍ଡଳୀ ସହ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଇକବାଲ ହୁସେନ ଓ ବିପିଏମ ସୁନିଲ କୁମାର ସାବତ ମଧ୍ୟ ଆସିଥିଲେ। ଟିମ ପରିଦର୍ଶନ କରି ବାର୍ଷିକ ନିର୍ଦ୍ଧାରଣ ସମ୍ପାଦନ କରିଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ପାଣ୍ଡିରିଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ମେଡ଼ିକାଲ ଅଫିସର ଡାକ୍ତର ବିଜୟା କୁମାର ବେହେରା, ଆୟୁଷ ଡ଼ାକ୍ତର ସୁନୀଲ ଦଲାଇ, ଫାର୍ମାସିଷ୍ଟ ଗଣେଶ ଚନ୍ଦ୍ର ନାୟକ ଓ ସଂଯୋଜକ କଷ୍ଣ ଚନ୍ଦ୍ର ପୋଲାଇ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ପରିଦର୍ଶନରେ ଆସିଥିବା ଟିମ ସନ୍ତୋଷ ପ୍ରକାଶ କରିଥିଲେ।