ସିଡିଏମ୍ଓଙ୍କ ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ
ଆସିକା (ୱାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ନାୟକ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସାଙ୍ଗକୁ ରୋଗୀଙ୍କୁ ଉତ୍ତମ ବ୍ୟବହାର ଓ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ନିିଷ୍ଠାର ସହ ଦାୟିତ୍ୱ ସଂପାଦନ କରିବା ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ନାୟକ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ଆଶୁ ଚିକିତ୍ସା କେନ୍ଦ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗ, ନିରାମୟ ଔଷଧ ବିତରଣ କେନ୍ଦ୍ର, ଚିକିତ୍ସା ସେବା, ରୋଗୀସେବା, ରୋଗୀ ଶଯ୍ୟା କକ୍ଷ, ସେବିକା କକ୍ଷ, ଡାକ୍ତର କକ୍ଷ, ଶୌଚାଳୟ କକ୍ଷ, ଡାଏଲିସିସ୍ କେନ୍ଦ୍ର, ଯକ୍ଷ୍ମା ବିଭାଗ, ରଂଜନ ରଶ୍ମୀ ବିଭାଗ, ନିଦାନ କେନ୍ଦ୍ର ସମେତ ବିଭିନ୍ନ ବିଭାଗକୁ ପରିଦର୍ଶନ କରିବା ସାଙ୍ଗକୁ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ସହ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ମହାପ୍ରୟାଣ ସେବା କାର୍ଯ୍ୟକାରୀ କରିବା, ରୋଗୀଙ୍କୁ ଆହୁରି ଉନ୍ନତ ମାନର ସେବା ଯୋଗାଇବା ପାଇଁ ଇସିଜି ସୁବିଧା କାର୍ଯ୍ୟକାରୀ କରିବା, ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତର ଓ ନର୍ସିଂ କର୍ମଚାରୀ ପଦବୀ ପୂରଣ ସମେତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ନାୟକଙ୍କ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପ୍ରଥମ ଥର ପରିଦର୍ଶନରେ ଆସିଥିବାରୁ ତାଙ୍କୁ ମେଡିକାଲ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ବେଳେ ଏହି ଗସ୍ତ ସମୟରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍ଗୋପାଳ ବେହେରା, ଡାକ୍ତର ଦୀପକ କୁମାର ସାମନ୍ତରାୟ, ଡାକ୍ତର ଗୋପାଳ ଚନ୍ଦ୍ର ପାତ୍ର, ଡାକ୍ତର ଆଶୁତୋଷ ପଟ୍ଟନାୟକ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରଂଜନ କୁମାର ସ୍ୱାଇଁ, ପି.କେଦାରନାଥ ପାତ୍ର, ବିଲେନ୍ଦ୍ର ଭୂୟାଁ, ଅମିତ୍ କୁମାର ଦାଶ, ଦୀପକ କୁମାରକ ସାହୁ, ସୁନିଲ୍ କୁମାର ଘଡେଇ, ରମାକାନ୍ତ ସାହୁ, ବିଶ୍ୱଜିତ୍ ପ୍ରଧାନ, ଲିପିକା ପଟ୍ଟନାୟକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।