ଡାକ୍ତରଖାନା ଓ ଗାଁରେ ବୁଲି ଡ଼ାଇରିଆ ସ୍ଥିତି ସମୀକ୍ଷା କଲେ ସିଡିଏମଓ

ହାଟଡିହି (ବିକାଶ ବିଶ୍ବାଳ)  ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଡ଼ାଇରିଆ ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ସୁଧା ୩୫୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ ଏବେ ୩୫ଜଣ ଆକ୍ରାନ୍ତ ବିଭିନ୍ନ ଡ଼ାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି। କେନ୍ଦୁଝର ଜିଲ୍ଲାର ନବ ନିଯୁକ୍ତ ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିନୋଦ ବିହାରୀ ମିଶ୍ର ଆଜି  ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଡାକ୍ତରଖାନା ପାରିବେଶ ବୁଲି ଦେଖିଥିଲେ। ଡାକ୍ତର ଓ କର୍ମଚାରୀ ମାନଙ୍କୁ ଡାଇରିଆ ସ୍ଥିତି ନିୟନ୍ତ୍ରଣ ପାଇଁ ସମସ୍ତେ ଲଗିପଡ଼ିବାକୁ ପରାମର୍ଶ ଦେଇଛନ୍ତି। ଏପରିକି ଗେଡ଼ମା ଗ୍ରାମରେ ଗୋଟିଏ ପରିବାରରୁ ୬ଜଣ ଡାଇରିଆରେ ଆକ୍ରାନ୍ତ ଥିବାରୁ ସେହି ଗ୍ରାମକୁ ଯାଇ ଉକ୍ତ ପରିବାରକୁ ଭେଟି ସେମାନଙ୍କ  ସ୍ବାସ୍ଥ୍ୟବସ୍ଥା ବୁଝିବା ସହିତ ପାରିପାର୍ଶ୍ବିକ ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଭାତ ନାୟକ ଉପସ୍ଥିତ ରହି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ଗ୍ରାମବାସୀ ଓ ସ୍ଵାସ୍ଥ୍ୟକର୍ମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ