କାଗଜ ପତ୍ରରେ ସୀମିତ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ :-ପ୍ରତିବର୍ଷ ଅକ୍ଟୋବର ୨୯ତାରିଖ କୁ ଜାତୀୟ ବିପର୍ଯୟ ପ୍ରଶମନ ଦିବସ ରୂପେ ପାଳନ କରାଯାଉଛି। କିନ୍ତୁ ତାହା କେତେ ପ୍ରତିଫଳିତ ବାସ୍ତବ ଘଟଣା ସମ୍ପୂର୍ଣ ଆଶ୍ଚର୍ଯ୍ୟ ଜନକ। ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ତୁହାକୁ ତୁହା ବର୍ଷା ହୁଏ। ଝଟକା ପବନ ହୁଏ। ଆଶ୍ରୟସ୍ଥଳୀ ସଫା କରିବା ସହ ଲୋକଙ୍କୁ ସଚେତନ କରିବାକୁ ପ୍ରଶାସନ ନିର୍ଦ୍ଧେଶ ମଧ୍ୟ ଦିଏ। ଦରକାର ପଡିଲେ ତଳି ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀ ରେ ପହଞ୍ଚାଇବାକୁ ନିର୍ଦ୍ଧେଶ ରହିଥାଏ। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ବାତ୍ୟା ପ୍ରବଣ ଅଂଚଳରେ ଆଶ୍ରୟସ୍ଥଳୀ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଓ ସେପଟେ ପ୍ରଶାସନର ଫତୱା। ଯାହାକୁ ନେଇ ସରପଞ୍ଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଡୁଆରେ ପଡିଥାନ୍ତି।ଉପକୂଳବର୍ତ୍ତୀ ଅଞ୍ଚଳ ତଥା ବଙ୍ଗୋପସାଗର କୁ ଲାଗିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଏକ ବାତ୍ୟା ପ୍ରବଣ ଅଞ୍ଚଳ। ବଙ୍ଗୋପସାଗର ରେ ସୃଷ୍ଟ ବାତ୍ୟା, ସାମୁଦ୍ରିକ ଝଡ଼ ପ୍ରଭାବ ପାଇଁ ଅସ୍ତରଙ୍ଗ ବାସୀ ବହୁ ସମୟରେ କଲବଲ ହୁଅନ୍ତି। ଏହି ବାତ୍ୟା ପ୍ରବଣ ଅଂଚଳରେ ୧୯୯୯ ମହାବାତ୍ୟାରେ ୧୩୦ରୁ ଉର୍ଦ୍ଧ ଲୋକ ମୃତ୍ୟୁ ବରଣ କରିଥିଲେ। ଲୋକ ମାନଙ୍କ ଧନ ଜୀବନ ସୁରକ୍ଷା ଓ ଗୋ ସମ୍ପଦ କୁ ଆଶ୍ରୟଦେବା ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ୨ଟି ରେଡକ୍ରସ ଓ ୧୭ଟି ଓସଡମା ନିର୍ମାଣ କରାଯାଇଛି। ଆଶ୍ରୟସ୍ଥଳୀ ଗୁଡିକରେ ବାତ୍ୟା ସମୟରେ ଲୋକ ମାନେ ରହିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ଏଠାରେ ପାଣି, ୨୪ଘଣ୍ଟିଆ ବିଦ୍ୟୁତ, ଶୌଚାଳୟ, ଲୋକ ମାନଙ୍କୁ ରନ୍ଧାଖାଦ୍ୟ ଦେବା ପାଇଁ ପ୍ରସ୍ତୁତି ଉପକରଣ, ଆସ୍କା ଲାଇଟି, ମୋଟର ପମ୍ପ ଆଦି ସରକାର ଯୋଗାଇଦେଇଥିଲେ। କିନ୍ତୁ ନିର୍ମାଣ ପରେ ସ୍ଥାନିୟ ଅଞ୍ଚଳ ରେ କିଛି ଅସାଧୁ  ନ୍ୟର୍ଥ ସ୍ୱାର୍ଥ ଲୋକ ମାନେ କିଛି ମାତ୍ରାରେ ଚୋରି କରି ଘରକୁ ନେବା ସହ ଦାୟିତ୍ୱ ହୀନତା ଯୋଗୁଁ ଭାଙ୍ଗିରୁଜି ଯିବା ସହ ଅନେକ ସ୍ଥାନରେ ଶୌଚାଳୟ ଭାଙ୍ଗିରୁଜି ଗଲାଣି। ଏସବୁ ଅବସ୍ଥା ପୂର୍ବ ଭଳି ନାହିଁ। ପାଣି ସଂଯୋଗ କେତେକ ସ୍ଥାନରେ ନାହିଁ। ଜେନେରେଟର ମଧ୍ୟ କାମ କରୁନାହିଁ। ବିପନ୍ନ ମାନଙ୍କୁ ରନ୍ଧାଖାଦ୍ୟ ପ୍ରସ୍ତୁତି ପାଇଁ ଯେଉଁ ଉପକରଣ ମିଳିଥିଲା ସେଗୁଡିକ ଏବେ କାହା ପାଖରେ ଅଛି ଟେର ମିଳୁନାହିଁ। ଏହା ବ୍ୟତୀତ ବାତ୍ୟା ପୂର୍ବରୁ ଲୋକମାନଙ୍କୁ ସୂଚନା ଦେବା ପାଇଁ ଡ଼ାକବାଜି ଯନ୍ତ୍ର ଓ ସାଇରନ ବଜାଇବା ପାଇଁ ଯେଉଁ ଯନ୍ତ୍ର ମିଳିଥିଲା, ତାହା ଏବେ ଅନେକ ସ୍ଥାନରେ ଅକାମୀ ହୋଇପଡିଛି। ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହୃତ ହେବାକୁ ଥିବା ଉପକରଣ ବ୍ୟବହାର ଉପଯୋଗୀ ରହିନାହିଁ। ବାତ୍ୟା ଆଶ୍ରୟସ୍ଥଳୀର ଟାସ୍କଫୋର୍ସ ଗଠନ କାଗଜ କଲମରେ ଚାଲିଛି। ବାତ୍ୟା ପରେ ରାସ୍ତାରେ ପଡ଼ିଥିବା ଗଛ କାଟିବା, ରାସ୍ତା ଘାଟ ସଫା କରିବା ପାଇଁ ଯେଉଁ ଯନ୍ତ୍ର ଗୁଡିକ ଆଶ୍ରୟସ୍ଥଳୀକୁ ଯୋଗାଇ ଦିଆଯାଇଥିଲା ସେଗୁଡିକ ଭାଙ୍ଗିରୁଜି ଗଲାଣି।ବଡ଼କଥା ହେଉଛି ବାତ୍ୟା ଆଶ୍ରୟସ୍ଥଳୀ ରେ ସଚେତନ ପାଇଁ ଯେଉଁ ସରକାରୀ ଅନୁଦାନ ଆସେ ତାହା ସଠିକ ଭାବେ କାମରେ ଲାଗୁନାହିଁ। ନାମକୁ ମାତ୍ର କେଇ ଜଣ ଲୋକଙ୍କୁ ବସାଇ ଫଟୋ ଉଠାଇ ବିଲ କରାଯାଏ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ ପାଇଛି। ଏ ସବୁ ପରେ ବାତ୍ୟା ଆଶ୍ରୟସ୍ଥଳୀ ତଳ ମହଲାରେ ଗୋରୁ, ଛେଳି, ମେଣ୍ଡା ଆଶ୍ରୟ ନେବା ପାଇଁ ଏହାକୁ ଖୋଲା ରଖାଯାଇଥିଲା। କିନ୍ତୁ ଏସଆରସି ଙ୍କ ନିୟମ କୁ ଉଲ୍ଲଘଂନ କରି ଅନେକ ସ୍ଥାନରେ ଏହାକୁ କାନ୍ଥ ଉଠାଯାଇଛି ଆଉ କେଉଁଠି ଜଙ୍ଗଲ ବଣ ବୁଦା ପାଲଟିଗଲାଣି। ଅସ୍ତରଙ୍ଗ ବ୍ଲକ ଅଂଚଳର ଅନେକ ବାତ୍ୟା ଆଶ୍ରୟସ୍ଥଳୀ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ପ୍ରତିବର୍ଷ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ବିପର୍ଯ୍ୟୟ ଦିବସ ପାଳନ ହେଉଛି ତ ଆଉ କେଉଁଠି କାଗଜ କଲମ ରେ ପାଳନ ଚାଲିଛି। ଏହି ଦିବସରେ ବାତ୍ୟା ଆଶ୍ରୟସ୍ଥଳୀ କମିଟିର ସଭ୍ୟ, ଟାସ୍କ ଫୋର୍ସ ସଭ୍ୟ ମାନେ ଉପସ୍ଥିତ ରହିବାର ଵିଧି ଥିଲେ ମଧ୍ୟ ପାଳନ କରାଯାଉନାହିଁ। ଯାହା ପାଇଁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳ ଏ ଘଟଣା କୁ ଦୃଷ୍ଟିଦେଈ ବାତ୍ୟାଆଶ୍ରୟସ୍ଥଳୀ ଭିତ୍ତିଭୂମି ସଜାଡ଼ିବାକୁ ସାଧାରଣ ଦାବୀ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ