ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୧୦୧ ତମ ଜୟନ୍ତୀ ପାଳନ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଭାରତୀୟ ଜନତା ପାର୍ଟି ଦିଗପହଣ୍ଡି ବ୍ଲକ ଶାଖା ପକ୍ଷରୁ ସ୍ଥାନୀୟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ ମହାନ ରାଷ୍ଟ୍ରବାଦୀ ନେତା , ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ପାଳନ ହୋଇଯାଇଛି । ଦିଗପହଣ୍ଡି ବିଧାୟକ ଡଃ. ସିଦ୍ଧାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ବ୍ରହ୍ମପୁର ସାଂସଦ ଦିଗପହଣ୍ଡି ବ୍ଳକ ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରଚାରକ ତଥା କାର୍ଯ୍ୟକ୍ରମ ସଂଯୋଜକ ଶିବ ଶତପଥୀ ଙ୍କ ସମେତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ କର୍ମୀ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ବର୍ଗତ ବାଜପେୟୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ରାଷ୍ଟ୍ର ସେବାରେ ନିଜକୁ ଉତ୍ସର୍ଗ କରିଥିବା ଭାରତରତ୍ନ , ପ୍ରମୁଖ ରାଜନେତା ,  ସୁବକ୍ତା ତଥା କବି ଭାବରେ ଦେଶ ତଥା ଦେଶ ବାହାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା  ବାଜପେୟୀ ଙ୍କ  ସ୍ମୃତି ଚାରଣ କରିଥିଲେ । ବିଜେପି  ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ବାପି ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ  କର୍ମକର୍ତ୍ତା ମନୋଜ କୁମାର ପଣ୍ଡା , ସନ୍ତୋଷ କୁମାର ସାହୁ , ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଲିଙ୍ଗରାଜ ଦୋରା , ସରପଞ୍ଚ ପ୍ରତିନିଧି ବିପ୍ରଚରଣ ସେଠୀ , ସନ୍ତୋଷ ଦୋରା , ଏମ୍ ସନ୍ତୋଷ , ଆଦିତ୍ୟ ସାହୁ, ସିମାଞ୍ଚଳ ସାସମଲ, ଟୁନା ଚୌଧୁରୀ,ପ୍ରଦୀପ ପାଣିଗ୍ରାହୀ ଙ୍କ ସମେତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ କର୍ମୀ ଏବଂ ମଣ୍ଡଳ ସଭାପତି ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ