୧୧ ତମ ପାଞ୍ଚେନ ଲାମାଙ୍କ ଜନ୍ମଦିନ ପାଳନ

ମୋହନା,(ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ଚନ୍ଦ୍ରଗିରି ତିବତୀୟ ସେଟେଲମେଣ୍ଟ କାର୍ଯ୍ୟାଳୟ ପରିସରରେ 11 ତମ ପାଞ୍ଚେନ ଲlମା ଙ୍କ 36 ତମ ଜନ୍ମ ଦିନ ପାଳିତ ହୋଇଯାଇଛି। ତିବତୀୟ ମହିଳା ଆସୋସିଏସନ ସଭାନେତ୍ରୀ ସେରିଙ୍ଗ ୟାଙ୍ଗଜୁମ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ତିବତୀୟ ପ୍ରଶାସନିକ ଅଧିକାରୀ ଖେମ୍ପୋ ପେମା ଟେମ୍ପଲ ମୁଖ୍ୟଅତିଥି ଭାବେ ଯୋଗଦେଇ 11 ତମ ପାଞ୍ଚେନ ଲlମାଙ୍କ ଜୀବନୀ ଉପରେ କହିଥିଲେ । ମାତ୍ର 6 ବର୍ଷ ବୟସରେ 11 ତମ ପାଞ୍ଚେନ ଲlମାଙ୍କୁ ତିବତୀୟ ଧର୍ମଗୁରୁ ଘୋଷଣା ହୋଇଥିଲା । ଏହାପରେ 1995 ମସିହା ମେ ମାସ 17 ତାରିଖ ଦିନ ତାଙ୍କୁ ଚୀନ ସରକାର ଅପହରଣ କରି ନେଇଛି । ଏହାପର ଠାରୁ 11 ତମ ପାଞ୍ଚେନ ଲlମାଙ୍କ ସନ୍ଧାନ ମିଳୁନି । ସେ ଜୀବିତ କି ମୃତ ତାହା ମଧ୍ୟ ସ୍ପଷ୍ଟ କରିନି ଚୀନ ସରକାର । ତେଣୁ 11 ତମ ପାଞ୍ଚେନ ଲlମା ଜୀବିତ ଅଛନ୍ତି, ତୁରନ୍ତ ତାଙ୍କୁ ଚୀନ ସରକାର ମୁକ୍ତ କରନ୍ତୁ ବୋଲି ଦାବି କରିଛନ୍ତି ତିବତୀୟ । ଏହି କାର୍ଯ୍ୟକ୍ରମ ରେ ଅନ୍ୟତନ ଅତିଥି ଭାବେ ତିବତୀୟ ଲୋକାଲ ଅଧ୍ୟକ୍ଷ ଜlମ୍ବେଲ ଧୁନ୍ଦୁପ ଯୋଗଦେଇଥିବା ବେଳେ ତିବତୀୟ ମହିଳା ଉପସଭାନେତ୍ରୀ ପେମ୍ପା ଜୋଲମା ଓ ସମ୍ପାଦିକା ପେମା ଲାଲଜେ ପରିଚାଳନା କରିଛନ୍ତି ଲ ଏହି ଅବସରରେ ତିବତୀୟ ମହିଳା ଓ ଛାତ୍ର ଛାତ୍ରୀ ମାନେ ଗୀତ, ନାଚ ମାଧ୍ୟମରେ 11 ତମ ପାଞ୍ଚେନ ଲlମା ଙ୍କୁ ପୂଜାର୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ