ଭାଗବତ ଟୁଙ୍ଗିର ପଞ୍ଚମ ବାର୍ଷିକୋତ୍ସବ ପାଳନ

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଆଦିତ୍ୟ ବାହିନୀ ଶାଖା ଦ୍ବାରା ଗଠିତ ସିଙ୍ଗାରି ଗ୍ରାମର ନୀଳମାଧବ ଭାଗବତ ଟୁଙ୍ଗିର ପଞ୍ଚମ ବାର୍ଷିକୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମବାସୀ ମାନଙ୍କ ଦ୍ୱାରା ପ୍ରାତଃରେ ଗ୍ରାମ ସଫେଇ ଓ ନଗର ପରିକ୍ରମା କାର୍ଯ୍ୟକ୍ରମ କରାଯାଇଥିଲା । ପରେ ପୁରହିତ ଦୁର୍ଯ୍ୟୋଧନ ଦାସ ଓ ମୋହନ ଦାସଙ୍କ ମିକିତ ପୌରାହିତ୍ୟରେ କଳସ ସ୍ଥାପନ ସହ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା,ପୂଜା କାର୍ଯ୍ୟ ବେଳେ ନୀଳମାଧବ ଭାଗବତ ଟୁଙ୍ଗି ର ସଦସ୍ୟଙ୍କ ସମେତ ବିଭିନ୍ନ ଭାଗବତ ଟୁଙ୍ଗିର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଭାଗବତ ପ୍ରଚାରକ ଶ୍ରୀ ବଂଶୀଧର ନନ୍ଦ ଭାଗବତ ମହାପୁରାଣ ପଠନ କରିଥିଲେ। ଆଦିତ୍ୟ ବାହିନୀ ଶାଖା ସମ୍ପାଦକ ପି.ସୁଧାକର ପାତ୍ର ଆଜିର ସମୟରେ ଭାଗବତ ପାଠର ମହତ୍ତ୍ୱ ତଥା ସୁସ୍ଥ ସମାଜ ଗଠନରେ ସାମାଜିକ ଏକତା, ନିଶା ନିବାରଣ,ନାରୀ ଜାଗରଣ ଓ ଆଧ୍ୟାତ୍ମିକ ଜୀବନ ଯାପନ କରିବା ପାଇଁ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। ସଭାପତି ଟଙ୍କଧର ଗାଜିବିଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସ୍ଥ ପରିବାର ଗଠନର ମାର୍ଗ ଦେଖାଇଥିଲେ । ମେରିଙ୍ଗ ଭାଗବତ ଟୁଙ୍ଗିର ବରିଷ୍ଠ ସଦସ୍ୟ ନିଜ ଅଭିଜ୍ଞତାରୁ କହିଛନ୍ତି ଯେ ସେ ପ୍ରଥମେ ରାମାୟଣ ତାପରେ ଗୀତା ଓ ତତ୍ପରେ ବିଭିନ୍ନ ପୁରାଣର ଅଧ୍ୟୟନ କରିଥିଲେ। ପରିଶେଷରେ ମୁନିଗୁଡା ଆଦିତ୍ୟ ବାହିନୀ ଶାଖାର ସଭାପତି ଟଙ୍କଧର ଗାଜିବିଲି,ସମ୍ପାଦକ ପି.ସୁଧାକର ପାତ୍ର,ପ୍ରଚାରକ ବଂଶୀଧର ନନ୍ଦ ଓ ଏଅଞ୍ଚଳର କୁଳଗୁରୁ ଦୁର୍ଯ୍ୟୋଧନ ଦାସଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଶ୍ରୀଭାଗବତ ମହାପୁରାଣ ପାଠ କରୁଛନ୍ତି ଏବଂ ଭକ୍ତମାନଙ୍କୁ ଜ୍ଞାନ ବିତରଣ କରି ଆତ୍ମୀୟ ଶାନ୍ତି ପାଉଛନ୍ତି। ଏଣୁ ସେସମସ୍ତଙ୍କୁ ଭାଗବତ ପ୍ରେମୀ ହେବାପାଇଁ ଅନୁଗ୍ରହ କରିଥିଲେ, ଏହି ଅବସରରେ ନୀଳମାଧବ ଭାଗବତ ଟୁଙ୍ଗି ସଭାପତି ଭରତ କାଶୀ ଓ ମୋହନ କାଶୀଙ୍କ ଦ୍ଵାରା କଳାହାଣ୍ଡି ଜିଲ୍ଲାର ବିଶ୍ବନାଥପୁର ଠାରୁ ଆରମ୍ଭ କରି ଏଅଞ୍ଚଳର ବିଭିନ୍ନ ଭାଗବତ ଟୁଙ୍ଗିରୁ ଆସିଥିବା କର୍ମକର୍ତ୍ତାଙ୍କୁ ଖଜରା ପଣସ ଚାରା ସହ ବିଭିନ୍ନ ଔଷଧୀୟ ଚାରା ପ୍ରଦାନ କରି ସମ୍ମାନିତ କରିବା ସହ ଏହି ଚାରା ଗୁଡିକୁ ରୋପଣ କରି ଏହାର ରକ୍ଷଣ ବ୍ୟକ୍ଷଣ କରି ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ରଖିବାକୁ ପରାମର୍ଶ ଦେଇଥିଲେ । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ମୁନିଗୁଡା ଆଦିତ୍ୟ ବାହିନୀ ଶାଖାର ଭାଗବତ ଓ ହିନ୍ଦୁ ଧର୍ମ ପ୍ରତି ନିଃସ୍ୱାର୍ଥପର ସେବା ପାଇଁ ଭୂୟସୀ ପ୍ରଶଂସା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ