ଆଦି ସେବା ପର୍ବ ପାଳନ
କଟକ (ଓ୍ବାଇଏନଏସ) : କଟକ ଜିଲ୍ଲାର ୪ ଗୋଟି ବ୍ଲକ ଆଠଗଡ଼, ବଡମ୍ବା, ଟାଙ୍ଗୀ-ଚୌଦ୍ୱାର ଏବଂ ବାରଙ୍ଗ ଅନ୍ତର୍ଗତ ୨୧ଟି ଆଦିବାସୀ ବହୁଳ ଗ୍ରାମରେ ଦେଶର ସର୍ବବୃହତ ତୃଣମୂଳ ସ୍ତର ନେତୃତ୍ୱ କାର୍ଯ୍ୟକ୍ରମ ଆଦି କର୍ମ ଯୋଗୀ ଅଭିଯାନ ଅଧୀନରେ ସେପ୍ଟେମ୍ବର ୧୭ତାରିଖରୁ ୨୭ସେପ୍ଟେମ୍ବର ପର୍ଯ୍ୟନ୍ତ ଆଦିସେବା ପର୍ବ ପାଳିତ ହେଉଛି । ଏହି ଅବସରରେ ଆଜି ଟାଙ୍ଗୀ-ଚୌଦ୍ୱାର ବ୍ଲକର ବଡ଼ପୋଖରୀ ଗ୍ରାମରେ ଏବଂ ଆଠଗଡ ବ୍ଲକର ଦମ୍ପତିପୁର ଠାରେ ଆଦିସାଥୀ, ଆଦି ସହଯୋଗୀ ଏବଂ ଗ୍ରାମବାସୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । ଏହାସହିତ ଆଠଗଡ଼ ବ୍ଲକର ଦମ୍ପତିପୁରଠାରେ ଆଦିସେବା କେନ୍ଦ୍ର ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ଆଚାର୍ଯ୍ୟଙ୍କ ଦ୍ୱାରା ଉଦ୍ଘାଟିତ ହେବା ସଙ୍ଗେସଙ୍ଗେ ସହକାରୀ ଶିଳ୍ପ ଅଧିକାରୀ ଶ୍ରୀଯୁକ୍ତ ସତ୍ୟପ୍ରିୟ ସାହୁଙ୍କ ଦ୍ୱାରା ମାଇକ୍ରୋ ଫୁଡ ପ୍ରୋସେସିଂ, ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଏବଂ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ବିଷୟରେ ଗ୍ରାମ ବାସୀ ମାନଙ୍କୁ ଅବଗତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଠଗଡ ଶ୍ରୀ ପ୍ରତିବାଦ ପଢିଆରୀ ଙ୍କ ଦ୍ୱାରା ସୂଚାରୁରୂପେ ପାଳିତ ହୋଇଛି ।


