ବଡରମ୍ପାସରେ ରାବଣ ପୋଡି ଉତ୍ସବ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବୃକ୍ ବଡରମ୍ପାସ ଠାରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାବଣପୋଡି କମିଟିର ସଭାପତି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଜେଡି ନେତା ଦେବପ୍ରିୟ ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ହାଟଡିହି ପଞ୍ଚାୟତର ସରପଞ୍ଚ ତଥା ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ବଡରମ୍ପାସ ସରପଞ୍ଚ ରବୀନ୍ଦ୍ର ଜେନା, ବଡରମ୍ପାସ ସେବା ସମବାୟ ସମିତି ସଭାପତି ନିରଞ୍ଜନ ସାହୁ, ବଳରାମ ସାହୁ ସୁଶାନ୍ତ ସେନାପତି, ଶିକ୍ଷାବିତ  ଭଗବାନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ରାବଣପୋଡି ହେଉଛି ଅସତ୍ୟ ଉପରେ ସତ୍ୟର ଜୟ, ଏଣୁ ଲୋକମାନେ ମନରୁ ଅସତ୍ୟକୁ ଦୂରେଇ ସତ୍ୟ ପ୍ରତିଷ୍ଠା ପାଇଁ ଆଗେଇ ଆସନ୍ତୁ ବୋଲି ମତ ରଖିଥିଲେ। ବିଧାୟକ ଶ୍ରୀ ସେଠୀ ରାବଣ ପ୍ରତିମୂର୍ତିରେ ଅଗ୍ନି ସଂଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯିବା ସହ କୃତୀ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ଟିଭି ସିରିଏଲ ର ଅଭିନେତା ଭାଗ୍ୟ ଓ ଅଭିନେତ୍ରୀ ରେଖା ଯୋଗଦେଇ ଦର୍ଶକଙ୍କୁ ଅମୋଦିତ କରିଥିଲେ। ପ୍ରବଳ ବର୍ଷା ସତ୍ୱେ ରାବଣପୋଡି ଉତ୍ସବ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ନନ୍ଦିପଦା ପୁଲିସ ପକ୍ଷରୁ ଶାନ୍ତଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଶ୍ରୀଧର ସାହୁ, ଦେବେନ୍ଦ୍ର ଜେନା , ସନ୍ତୋଷ ଜେନା, ମହେଶ୍ବର ସୂତାର, ପ୍ରସାନ୍ତ କୁମାର ପାତ୍ର, ରଙ୍ଗାଧର ଦାସ, ଦାମୋଦର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ