ରଜପର୍ବ ପାଳନ

ଆରଡି, (ଆଲୋକ ଚନ୍ଦ୍ର ନାୟକ ) : ଧାମନଗର ବ୍ଲକ ପାଳସାହି ପଞ୍ଚାୟତ ଅନ୍ତର୍ଗତ ବାପୁଜୀ ଉଚ୍ଚ ବିଦ୍ୟାଳୟ, ମହତାବ ନଗର, ବେତାଳିଗାଁ ଠାରେ ଜିଲା ମାନବ କଲ୍ୟାଣ ଓ ସେବା ସଙ୍ଗଠନ ପକ୍ଷରୁ ଆୟୋଜିତ ରଜ ମହୋତ୍ସବ ୨୦୨୫କୁ ଶନିବାର ମଧ୍ୟାନ୍ନ ୧୨.୩୦ରେ ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ପରେ ଅନୁଷ୍ଠାନ ସଭାପତି ସୁଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଧୂଷୁରୀ ପ୍ରେସ ୟୁନିୟନ ସଭାପତି ସନ୍ତୋଷ କୁମାର ଦାସ, ଅନୁଷ୍ଠାନ ସମ୍ପାଦକ ଅନ୍ତର୍ଯ୍ୟାମୀ ଦାସ, ମୁଖ୍ୟ ଉପଦେଷ୍ଟା ପଣ୍ଡିତ ପଞ୍ଚାନନ ମିଶ୍ର, ଉପ ସଭାପତି ଆଲୋକ ରାଉତ, କୋଷାଧ୍ଯକ୍ଷ ରତ୍ମାକର ଜେନା, ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ଅବସରପ୍ରାପ୍ତ ସେନା ଅଧିକାରୀ କାଶୀ ନାଥ ମହାନ୍ତି, ଅଶୋକ କୁମାର ଦାସ, ଅବସରପ୍ରାପ୍ତ ଅଧ୍ୟାପକ ତ୍ରିଲୋଚନ ଦାସ, ସାମାଜିକ କର୍ମୀ ସୁଶାନ୍ତ ନାୟକ, ଅକ୍ଷୟ କୁମାର ନାୟକ, ସ୍ମୃତି ରଞ୍ଜନ ସାହୁ, ଅନୁକମ୍ପ୍ଯ ମହିଳା ସଙ୍ଗଠନ ସଭାପତି କବିତା ସାହୁ, ସମ୍ପାଦିକା ଅଞ୍ଜନା ମହାକୁଡ , କୋଷାଧ୍ଯକ୍ଷା ରଞ୍ଜିତା ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିବାକୁ ରଜ ମହୋତ୍ସବ ଆୟୋଜନ କରା ଯାଇଛି ବୋଲି କହିଥିଲେ । ପ୍ରଥମ ଓ ଦ୍ବିତୀୟ ସନ୍ଧ୍ୟାରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମାନେ ଭରପୁର ମଜା ନେଇଥିଲେ । ଶନିବାର ସନ୍ଧ୍ୟାରେ ଭାଜପା ନେତୃ ମଣ୍ଡଳୀ ଯୋଗ ଦେଇଥିବା ବେଳେ ରବିବାର ସନ୍ଧ୍ୟାରେ ବିଜେଡିର ନେତୃ ମଣ୍ଡଳୀ ସଭା ମଣ୍ଡନ କରିଥିଲେ । ପ୍ରଥମ ସନ୍ଧ୍ୟାରେ ଭାଜପା ନେତା ମନୋଜ କୁମାର ମଲ୍ଲିକ, ଚତୁର୍ଭୁଜ ନାୟକ, ଅନ୍ତର୍ଯ୍ୟାମୀ ପତି, ସୁଦେଶ ପଣ୍ଡା, ସନ୍ଦୀପ ନାୟକ, ଅନିରୁଦ୍ଧ ସାହୁ, ଅଜୟ ବଳ, ଗୋବର୍ଦ୍ଧନ ମଲିକ, ଦ୍ବିତୀୟ ସନ୍ଧ୍ୟାରେ ବିଜେଡିର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ମୁକ୍ତିକାନ୍ତ ମଣ୍ଡଳ, ପ୍ରଦୀପ ମଲ୍ଲିକ, ଅମିତ ମଲ୍ଲିକ, ସରପଞ୍ଚ ଅଜୟ ମଲିକ, ଜଗତାନନ୍ଦ ସେଠୀ, ନିମାଇଁ ଚରଣ ବାରିକ ପ୍ରମୁଖ ଯୋଗଦେଇ ଆୟୋଜକ ସେବା ସଙ୍ଗଠନର ସଦସ୍ୟ ମାନେ ପ୍ରାଚୀନ ରଜ ପରମ୍ପରାକୁ ବଳବତ୍ତର କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ଯରେ ପ୍ରଥମ ସନ୍ଧ୍ୟାରେ ଭଦ୍ରକର ଅର୍କେଷ୍ଟ୍ରା ସଙ୍ଗିତ ସରଗମର କଳାକାର ମାନେ ଗୀତ ଓ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ ଦ୍ବିତୀୟ ସନ୍ଧ୍ୟାରେ ଭୁବନେଶ୍ବରର ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶରତ ବାରିକ ଓ ଅନ୍ୟ କଳାକାରଙ୍କ ଭଜନ ପରିବେଷଣରେ ଦର୍ଶକ ମାନେ ଭାବ ବିହ୍ବଳ ହୋଇ ଯାଇଥିଲେ । ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟା ଚୌଧୁରୀ ମଧ୍ୟ ଦ୍ବିତୀୟ ସନ୍ଧ୍ୟାରେ ଉପସ୍ଥିତ ରହି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ