ସନ୍ଥ ଶିରୋମଣି ଗୁରୁ ରବି ଦାସ ଜୟନ୍ତୀ ପାଳନ

ବାଲେଶ୍ବର(ସରୋଜ ପଣ୍ଡା): ପ୍ରାୟ ୧୪ ଶହ ଶତାବ୍ଦୀରେ ଉତ୍ତରପ୍ରଦେଶର ବାରଣାସୀ ଠାରେ ମାଘ ପୂର୍ଣ୍ଣିମାରେ ଜନ୍ମଗ୍ରହଣ କରିଥିବା ସନ୍ଥ ଶିରୋମଣି ଗୁରୁ ରବି ଦାସ ସନାତନ ହିନ୍ଦୁ ଧର୍ମର ଏକ ଅମୂଲ୍ୟ ରତ୍ନ ଥିଲେ, ସମାଜରେ ଏକତା, ସମରସତା ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଛୁଆଁ ଅଛୁଆଁ ଭେଦଭାବ ବିରୁଦ୍ଧରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ସେ ଚମାର ( ମୋଚି ) ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବେଦ ଉପନିଷଦ ଉପରେ ଗଭୀର ଜ୍ଞାନ ଥିଲା ଓ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପରମ ଉପାସକ ଥିଲେ। ସେହି ସନ୍ଥ ଶିରୋମଣି ଗୁରୁ ରବି ଦାସଙ୍କ ୬୪୯ ତମ ଜନ୍ମ ଜୟନ୍ତୀ ସପ୍ତାହ ଅବସରରେ ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅତ୍ୟନ୍ତ ଭାବପୂର୍ଣ୍ଣ ସମାବେଶରେ ପାଳିତ ହୋଇଯାଇଛି। ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ରାଜ୍ୟ ପଦାଧିକାରୀ ପୁର୍ବତନ ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ଜେନା ମୁଖ୍ୟ ବକ୍ତା ଭାବେ ଓ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ଵର ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବକ୍ତା ଭାବେ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ଜେନା, ମହିଳା ନେତ୍ରୀ ସୁଷମା ରାଣୀ ବିଶ୍ବାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଜିଲ୍ଲା ଉପସଭାପତି ସୁକୁମାର ଦାସ ସନ୍ଥ ରବି ଦାସଙ୍କ ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ