ବିଶ୍ୱକର୍ମା କୁଳ ସୁତାର ମହାପାତ୍ର ବଂଶର ସମ୍ବର୍ଦ୍ଧନା ଉତ୍ସବ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ଜିଲ୍ଳାରେ ବାସ କରୁଥିବା ବିଶ୍ୱକର୍ମା କୁଳ ସୁତାର ମହାପାତ୍ର ବଂଶର ବାର୍ଷିକ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ମକର ସଂକ୍ରାନ୍ତି ଅବସରରେ ବଂଶ ର ଇଷ୍ଟ ଦେବୀ ଛତ୍ରପୁର ନିକଟସ୍ଥ ରାମଚଣ୍ଡୀ ପୀଠରେ ଆୟୋଜିତ ହୋଇଯାଇଛି l ବଂଶ ସଭାପତି ଶରତ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ବଂଶଜ ଭୋବନି ମହାରଣା ପ୍ରଦୀପ ପ୍ରଜଳନ କରି ଶୁଭାରମ୍ଭ କରିଥିଲେ l ମୃତ ବଂଶଜ ମାନଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା l ସମ୍ପାଦକ ଉଦୟ ନାଥ ମହାରଣା ସମ୍ପାଦକୀୟ ବିବରଣୀ ପ୍ରଦାନ କରି ସଭା ସଂଯୋଜନା କରିଥିଲେ l କୋଷାଧ୍ୟକ୍ଷ ତାରିଣୀ ଚରଣ ମହାରଣା ଆୟ ବ୍ୟୟ ହିସାବ ପ୍ରଦାନ କରିଥିଲେ l ବଂଶର ଦୁଇ ଜଣ ମହାନ ବ୍ୟକ୍ତିତ୍ୱ ସ୍ବର୍ଗତ ପ୍ରଭାତ ମହାରଣା ଓ ବିଶ୍ୱନାଥ ମହାରଣା ଙ୍କୁ ‘ବଂଶରତ୍ନ ‘ଉପାଧିରେ ଭୁଷିତ କରାଯାଇଥିଲା l ତତ ସଙ୍ଗେ ସଙ୍ଗେ ୨୦୨୫ ମାଟ୍ରିକ ପରୀକ୍ଷାରେ ଏବଂ ଯୁକ୍ତ ଦୁଇ ପରୀକ୍ଷା ରେ ୭୦%ଅଧିକ ରଖିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନ ପତ୍ର ଓ କାଂସ୍ୟ ଫଳକ ସହ ସମ୍ମାନିତ କରାଯାଇ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରା ଯାଇଥିଲା l ଉପସଭାପତି କ୍ୟାପଟେନ ଶ୍ରୀନିବାସ ମହାରଣା, ସହ ସମ୍ପାଦକ ମହେଶ୍ୱର ମହାରଣା, ଓ ରମେଶ ମହାରଣା, ଉପଦେଷ୍ଟା ବାସୁଦେବ ମହାରଣା ପ୍ରମୁଖ ଉଦବୋଧନ ଦେଇ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ସମାବେଶରେ ଭୁବନେଶ୍ୱର, ଭବାନୀ ପାଟଣା, ବିଶାଖାପାଟଣା ଏବଂ ଅନ୍ୟ ଦୁରଦୂରାନ୍ତରୁ ପ୍ରାୟ ଚାରି ଶହ ଉଭୟ ମହିଳା ଓ ପୁରୁଷ ବଂସଜ ଯୋଗଦେଇଥିଲେ l


