ରଜ ପାଇଁ ଗାଁଠୁ ସହର ଉତ୍ସବ ମୁଖର
ହାଟଡିହି (ବିକାଶ ବିଶ୍ବାଳ): ଉତ୍କଳିୟ ସଂସ୍କୃତିରେ ୧୨ ମାସରେ ୧୩ ପର୍ବ ପର୍ବାଣି ମଧ୍ୟରୁ ଆଷାଢ ସଂକ୍ରାନ୍ତିର ରଜପର୍ବର ଗୁରୁତ୍ଵ ସର୍ବଦା ରହିଆସିଛି । କୃଷି ପ୍ରଧାନ ରାଜ୍ୟ ଭାବେ ଓଡ଼ିଶାର ଘରେ ଘରେ ଏହି ପର୍ବକୁ ବେଶ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରିଥାନ୍ତି । ଚଳିତ ବର୍ଷ ଜୁନ ୧୪ ତାରିଖ ଶନିବାର ପହିଲି ରଜ, ୧୫ ତାରିଖ ରବିବାର ରଜସଂକ୍ରାନ୍ତି ଓ ୧୬ ତାରିଖ ସୋମ ସାମବାର ଦିନ ଭୂଇଁଦହଣ ପ୍ରଭୃତି ୩ ଦିନ ବ୍ୟାପି ପାଳନ ହେଉଥିବା ଏହି ପର୍ବରେ ଗାଁ ଠୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଉଠିଛି । ପହିଲି ରଜରୁ ହିଁ ଗାଁ ଗହଳି ଗୁଡ଼ିକ ଉତ୍ସବ ମୁଖର ହୋଇପଡ଼ିଛି । ଗ୍ରାମାଞ୍ଚଳ ଗୁଡିକରେ ଆମ୍ସ, ପଣସ ଆଦି ଫଳମୂଳ ସହିତ ବିଭିନ୍ନ ପିଠାପଣା ପ୍ରଭୃତି ସୁସ୍ୱାଦୁ ଖାଦ୍ୟ ସମ୍ଭାରର ବାସ୍ନାରେ ପୁରି ଉଠୁଛି ସମସ୍ତଙ୍କ ଘର । ବିବାହିତ ଝିଅ ମାନେ ରଜରେ ବାପାଘରୁ ଆସି ରଜ କଟାଇବା ସହ ଶଶୁର ଘରକୁ ଆପ୍ସ, ପଣସ ଓ ମିଠା ଭାର ନେବାର ପରମ୍ପରା ରହିଛି । ରଜରେ ଚଷାପୁଅ ମାନେ ନିଜର କାମଧନ୍ଦା ବନ୍ଦ କରି ପାନ ଖାଇବା ଓ ତାସ, ପଶା ଖେଳିବାରେ ସମୟ କଟାଇଥାନ୍ତି ରଜ ସକାଶେ ଲୁଗା ଓ ମିଠା ଦୋକାନରେ ପ୍ରବଳ ଭିଡ଼ ଲାଗି ରହିଥୁଲା। ମୋଟ ଉପରେ କହିବାକୁ ଗଲେ ରଜ ପାଇଁ ବଜାର ସରଗରମ ରହିଛି । ତେବେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଯୋଗୁଁ ସମ୍ପ୍ରତି ରଜପର୍ବି ପୂର୍ବ ପରି ଆକର୍ଷଣୀୟ ହେଉନଥିଲେ ବି ପରମ୍ପରା ହରାଇନାହିଁ । ଆଗଭଳି ଗାଁ ଦାଣ୍ଡରେ ରଜଦୋଳି ଗୀତ ଆଉ ଶୁଭୁନାହିଁ କିମ୍ପା ଯୁବକ ମାନେ ବାଗୁଡ଼ି ଖେଳ ଓ ତାସ୍ ଖେଳରେ ଦିନ ବିତାଉ ନାହାଁନ୍ତି । ଏହି ବ୍ଲକର ବଞ୍ଚୋ, ମରେଇଗାଁ, ବଡ ରମ୍ପାସ, ନୁଆରମ୍ପାସ, ଆଦି ସ୍ଥାନରେ ବଡ ଧୁମ୍ ଧାମରେ ପାଳିତ ହେଉଛି ଏହି ରଜ ପର୍ବ। ନୁଆରମ୍ପାସ ଗ୍ରାମରେ ଦୁଇ ଦୁଇଟି ସ୍ଥାନରେ ଆକର୍ଷଣୀୟ ସାଜ ସଜା ସାଙ୍ଗକୁ ଶତାଧିକ ବିଭିନ୍ନ ଦୋଳି ପଡିଛି। ଖାଇ ଦୋଳି, ଚକ୍ରି ଦୋଳି, ପଟା ଦୋଳି ସାଙ୍ଗକୁ ଛୁଆ ମାନଙ୍କ ପାଇଁ ଡ୍ରାଗନ୍ ଦୋଳି ଛୁଆ ଓ ଯୁବତୀ ମାନଙ୍କୁ ବେଶ ଆକୃଷ୍ଟ କରୁଛି। ଛୋଟ ଶିଶୁ ସମେତ ଯୁବତୀ ମାନେ ଦଳ ଦଳ ହୋଇ ଦୋଳି ଖେଳୁଥୁବା ଦେଖୁବାକୁ ମିଳିଛି। ସେହିପରି ଗାଁ ମୁଣ୍ଡ ପୋଖରୀକୁ ସୁସଜ୍ଜିତ କରଯାଇଛି। ରଙ୍ଗ ବେରଙ୍ଗର ଅଲୋକ ମାଳାରେ ଝଲସି ଉଠୁଛି। ଦୁଇଟି ଯାକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଉଛି। ସେହିପରି ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ରଜ ଦୋଳି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଛି। ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମହାନ ଉତ୍କଳିୟ ପରମ୍ପରାକୁ ଉଜ୍ଜୀବିତ ସକାଶେ ପ୍ରୟାସ ଜାରି ରହିଛି । ବିଭିନ୍ନ ସ୍ଥାନରେ ସାମୁହିକ ଭାବେ ରଜପର୍ବ ପାଳନ କରାଯାଉଥିବା ଦେଖୁବାକୁ ମିଳିଛି । ବିଶେଷ କରି ଗ୍ରାମାଞ୍ଚଳ ଗୁଡ଼ିକରେ ମହିଳା ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରଜ ଦୋଳି ଗଛରେ ବାନ୍ଧି ଦୋଳି ଖେଳୁଥୁବାର ଦେଖୁବାକୁ ମିଳୁଛି ।