ଭାରସାମ୍ୟ ହରାଇ ଓଲଟିଲା ସିମେଂଟ ବୋଝେଇ ଗାଡି, ଅଳ୍ପକେ ବର୍ତିଲେ ଡ୍ରାଇଭର
ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ଥାନା ଅନ୍ତର୍ଗତ ଖଇରା-ପାଳସାହି ନିକଟରେ ଏକ ସିମେଂଟ ବୋଝେଇ ଗାଡି ଭାରାସାମ୍ୟ ହରାଇ ଓଲଟି ପଡିଥିଲା। ଗାଡିଟି ଓଲଟିବା ପରେ ସ୍ଥାନୀୟ ଲୋକ ଗାଡିର ଝରକା ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କୁ ଯୋଗୁ ଡ୍ରାଇଭରଟି ଅଳ୍ପକେ ବର୍ତିଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଏକ ୪୦୭ ଗାଡିରେ ସିମେଂଟ ଆଣି ଜଗତସିଂହପୁରରୁ ନାଉଗାଁ ଅଭିମୁଖେ ଗାଡିଟି ଆସୁଥିଲା। ଶିଖରଘାଟ-ବାଲିଭଉଁରୀ ପୂର୍ତ ବିଭାଗ ରାସ୍ତାର ଖଇରା ନିକଟରେ ଏକ ପୋଖରୀକୁ ଗାଡିଟି ଭାରାସାମ୍ୟ ହରାଇ ଓଲଟି ପଡିଥିଲା। ପାଣି ଭିତରେ ଗାଡିଟି ପଡି ଯିବାରୁ ଗାଡି ରେ ଥିବା ସମସ୍ତ ସିମେଂଟ ନଷ୍ଟ ହୋଇଥିବା ଜଣାଯାଇଛି।