କୋଣାର୍କ ଥାନା ସମ୍ମୁଖରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ସଂଗଠନ ପକ୍ଷରୁ ଗଣଧାରଣା

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମପଞ୍ଚାୟତର କନ୍ତିମଳା ଓ କୋଣାର୍କ ଏନଏସି ୫ ନଂ ଓ୍ବାର୍ଡ ଡାଳିମ୍ବଗୋରଡି ଗ୍ରାମ ଦୁଇ ଜଣ ଦଳିତ ମହିଳାଙ୍କୁ ନ୍ୟାୟ ପ୍ରଦାନ ଓ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଓ କୋଣାର୍କ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ମଙ୍ଗଳବାର ପୂର୍ବାହ୍ନ ସମୟରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ସଂଗଠନ କୋଣାର୍କ ଥାନା ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ପ୍ରତାପ କାଣ୍ଡିଙ୍କ ନେତୃତ୍ବରେ ଦଳିତଙ୍କୁ ନ୍ୟାୟ ଓ ଅଭିଯୁକ୍ତ ମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଗିରଫ କରିବା ଦାବିରେ କୋଣାର୍କ ଥାନା ଘେରାଉ କରାଯାଇଥିଲା। କୋଣାର୍କ ଏନଏସି ଅଧିନସ୍ଥ ଡାଳିମ୍ବଗୋରଡି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ରୀତା କାଣ୍ଡିଙ୍କ ପ୍ରତି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହ ପ୍ରଭା ସ୍ବାଇଁ ଜାତିଆଣା ଆକ୍ଷେପ ଓ ଦୁର୍ବ୍ୟବହାର ପ୍ରଦର୍ଶନ ନେଇ କୋଣାର୍କ ଥାନାରେ ଅଭିଯୋଗ ହେବା ପରେ କୋଣାର୍କ ପୋଲିସ କେଶ ରୁଜୁ କରି ଅଭିଯୁକ୍ତଙ୍କୁ ଅନୁକମ୍ପା ଦେଖାଇ ଗିରଫ କରିବାରେ ଅହେତୁକ ବିଳମ୍ବ କରି ଚୁପ ହୋଇ ବସି ରହିଥିଲା।ଅନ୍ୟ ଏକ କେଶରେ କାକଟପୁର ଥାନା ଅଧିନସ୍ଥ କୁରୁଜଙ୍ଗା ଗ୍ରାମର ଏକ ଦଳିତ ପରିବାରର ଝିଅ ମାମାଲି ରାଉତ ଙ୍କୁ କୋଣାର୍କ ଥାନା ଅଧିନସ୍ଥ କନ୍ତିମଳା ଗ୍ରାମର ଭରତ ସାସମଲ ପ୍ରେମ ବିବାହ କରିଥିଲେ। ସଂପୃକ୍ତ ଦଳିତ ମହିଳାଙ୍କୁ ଘରେ ବୋହୂର ମାନ୍ୟତା ଦେଇ ଘରେ ରଖିବା ପରେ ସ୍ବାମୀ ଭରତ ଓ ପରିବାର ବର୍ଗ ଜାତିଆଣା ଆକ୍ଷେପ ଓ ନିର୍ଯ୍ୟାତନା ଦେଇ ସଂପୃକ୍ତ ଦଳିତ ମହିଳାଙ୍କୁ ଘରୁ ବାହାର କରି ଦେଇଥିଲେ। ଏ ନେଇ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଥିଲେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ ନ କରି ଅଭିଯୁକ୍ତ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗକାରୀ ମାମାଲି ପ୍ରକାଶ କରିଛନ୍ତି। ଏହି ଉଦାସୀନତା ବିରୁଦ୍ଧରେ ଅଭିଯୁକ୍ତକୁ ଗିରଫ କରିବା ଦାବିରେ କୋଣାର୍କ ଥାନା ସମ୍ମୁଖରେ ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ପକ୍ଷରୁ ଗଣଧାରଣା ଅନୁଷ୍ଠିତ ହୋଇଥିଲା ବେଳେ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଉଚ୍ଚ ଅଧିକାରୀ ପହଞ୍ଚି ନ ଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଆସନ୍ତା କାଲି ଠାରୁ ଆମରଣ ଅନଶନ କରାଯିବ ବୋଲି ଅନୁସୂଚିତ ଜାତି ଓ ଜନଜାତି ସଂଗଠନର ସଭାପତି ପ୍ରତାପ କୁମାର କାଣ୍ଡି ପ୍ରକାଶ କରିଛନ୍ତି।ଓ ଆବାହକ ଯୁବ ନେତା ଓ ବିଧାୟକ ପ୍ରାଥି ପ୍ରଦିପ୍ତ କୁମାର ଚାନ୍ଦ ଏହି ଗଣଧାରଣାରେ ସଂଗଠନର ଉପସଭାପତି ସନ୍ତୋଷ ଗୋଛାୟତ, ସଂଯୋଜକ ଅଶୋକ କୁମାର ରାଉତ, ବ୍ରହ୍ମାନନ୍ଦ ଭୋଇ, ପୀଡିତା ରୀତା କାଣ୍ଡିଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଦଳିତ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ