ତହସିଲ ପକ୍ଷରୁ ଜନଗଣନା ପ୍ରଶିକ୍ଷଣ ଶିବିର
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜନଗଣନା-୨୦୨୭ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ସମାପ୍ତ ହୋଇଯାଇଛି। ସ୍ଥାନୀୟ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ୯ ଦିନ ଧରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିଲା। ତହସିଲଦାର ଦିପ୍ତୀମୟୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ସରସ୍ୱତୀ ଜାନୀ, ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୁ, କଣଛାଇ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଣିଗ୍ରାହୀ, ବାଲିଛାଇ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବାଲ୍ମିକୀ ପ୍ରଧାନ, ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଲିପିନାଥ ସି° ଓ ଅଧ୍ୟାପକ ବିକାଶ କୁମାର ସାହୁ ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଏଥିରେ ଗୃହ ତାଲିକା, ଗୃହ ଗଣନା କରିବା ପାଇଁ ନିଯୁକ୍ତି ପାଇଥିବା ୩୩୪ ଜଣ ଗଣନାକାରୀ ଓ ସୁପରଭାଇଜର ତାଲିମ ଗ୍ରହଣ କରିଥିଲେ। ଏହି ଅବସରରେ ସାଧାରଣ ଜନତା ନିଜେ ନିଜର ଗଣନା ଏପ୍ରିଲ ୧ ତାରିଖ ଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ କରିପାରିବେ। ଏପ୍ରିଲ ୧୬ ତାରିଖ ଠାରୁ ମଇ ୧୬ ତାରିଖ ପର୍ଯ୍ୟନ୍ତ କର୍ମଚାରୀ ବୃନ୍ଦ ୩୩ ଟି ପ୍ରଶ୍ନ ପଚାରିବା ପାଇଁ ଜନଗଣନା କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।


