ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ହୂମ୍ବର ଗ୍ରାମ ସ୍ଥିତ ସରକାରୀ  ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁର୍ଗା ଚରଣ ପଳେଇ ଙ୍କ ଅଧ୍ୟକ୍ଷତା ରେ ମହା ସମାରୋହରେ ପାଳିତ ହୋଇଯାଇଛି, ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁକଵକ୍ତା ଭାବେ ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା, ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏବିଈଓ ସଂଯୁକ୍ତା ରଥ,ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଅଭିରାମ ବେହେରା, ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜଳି କୁମାରୀ ପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ଯୋଗଦେଇ ବିଦ୍ୟାଳୟ ର ସ୍ମୁତି ଚାରଣ କରିଥିଲେ, ଏହି ଅବସର ରେ ବରିଷ୍ଠ ଶିକ୍ଷାବିତ ମାନଂକୁ ସମ୍ମାନିତ କରାଯାଇଥିଲା, ଭୁବନେଶ୍ୱର ସୁଧୀର ଏବଂ ତାଙ୍କ ଗ୍ରୁପ ପକ୍ଷରୁ ସଂଗୀତ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ପ୍ରାରମ୍ଭ ରେ ଅଭିରାମ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ପୂର୍ବତନ ଛାତ୍ର ଗୟାଧର ତରାଇ ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ ଗ୍ରାମବାସୀ, ପୁରାତନ ଛାତ୍ର ଏବଂ ଶିକ୍ଷକ / ଶିକ୍ଷୟତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ, ଏହି ଅବସର ରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସମାଜସେବୀ କୁଞ୍ଜ ବିହାରୀ ପଟ୍ଟନାୟକ ଙ୍କ ପ୍ରତି ମୂର୍ତ୍ତି ସ୍ଥାପନ କରାଯାଇଥିଲା, ଏହାକୁ ବିଧାୟକ ଶ୍ରୀ ନାୟକ ଉନ୍ମୋଚନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ