ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ଉତ୍ସବ

ହାଟଡିହି, (ଓ୍ବାଇଏନଏସ): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ହାଟଡିହି ମଣ୍ଡଳର ଶତାବ୍ଦୀ  ଉତ୍ସବ ହାଟଡିହି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପକିଲ୍ଲାପାଳ ନୀଳ ମାଧବ ସୁନା, ମୁଖ୍ୟ ବକ୍ତା ଭାବେ ଖଗେଶ୍ୱର ମହାନ୍ତ ପ୍ରମୁଖ ଯୋଗଦେଇ ହିନ୍ଦୁମାନେ ଏକତ୍ରିତ ହୋଇ ସଂଘଠିତ ହେଲେ ଭାରତ ସୁରକ୍ଷିତ ରହିବ, ସ୍ବଦେଶୀ ବ୍ୟବହାର ଦ୍ୱାରା ଦେଶ ସ୍ବାବଲମ୍ବୀ ହୋଇ ପାରିବ, ବିଶ୍ଵ ପର୍ଯ୍ୟାବରଣ, ସଂଘର କାର୍ଯ୍ୟ ଲକ୍ଷ୍ୟ, ସ୍ୱୟଂ ସେବକ ମାନଙ୍କର ଭାରତ ମାତା ପାଇଁ ସମର୍ପିତ ଭାବ, ଭାରତ ମାତା ପାଇଁ ସଂଘର ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ।ହାଟଡିହି ଖଣ୍ଡ କାର୍ଯ୍ୟବାହ ଶତ୍ରୁଘ୍ନ ଖୁଣ୍ଟିଆ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ କରିଥିଲେ।  ଗତ ଶୁକ୍ରବାର ବିଜୟା ଦଶମୀ ଠାରୁ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ତିନିଦିନ ବ୍ୟାପି ପ୍ରାରମ୍ଭିକ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଆଜି ମଧ୍ୟାହ୍ନରେ ଚାରିଶହରୁ ଉର୍ଦ୍ଧ ସ୍ବୟଂ ସେବକ ପୂର୍ଣ୍ଣ ଗଣବେଶରେ ଗୈରିକ ଧ୍ଵଜ, ଘୋଷ ଆନକ ଶଙ୍ଖର ସହିତ ଶାସଙ୍ଗ ହାଇସ୍କୁଲରୁ  ବାହାରି ଛେନାପଦି ବଜାର, ଅଣା ଛକ, ହାଟଡିହି ବଜାର  ପଥ ସଞ୍ଚଳନ କରି ବଜାର ପରିକ୍ରମା କରି ହାଟଡିହି ହାଇସ୍କୁଲ ରେ ପହଞ୍ଚି ଥିଲେ। ଏହି ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ମହିଳା ମାନେ ଶଙ୍ଖ ହୁଳହୁଳି ଓ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଥିଲା। ଶାସଙ୍ଗ ହାଇସ୍କୁଲ ପରିସରରେ ଅସ୍ତ୍ର ପୂଜନ କାର୍ଯ୍ୟକ୍ରମ ହୋଇଥିଲା । ଜିଲ୍ଲା ପ୍ରଚାରକ ବୁଦ୍ଧିରାମ ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଭୀମସେନ ମଲ୍ଲିକ, ଆଲୋକ ସେଠି, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁଧିଷ୍ଠିର ମଲ୍ଲିକ, ବାବୁଲି ନାୟକ, ବସନ୍ତ ସାହୁ, ବୁଦ୍ଧିରାମ ହୋ, ରୁଦ୍ର ପ୍ରସାଦ ଜେନା, ଦୀପକ ଜେନା, ସୌମ୍ୟ ବେହେରା, ଶୁଭମ ନାୟକ, ଅବିନାଶ ସେଠି, ଅଶୋକ ଜେନା, କୃଷ୍ଣ ଚନ୍ଦ୍ର ଜେନା, ଶ୍ରୀଧର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରି ଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ