ସିପିଆଇ କାର୍ଯ୍ୟାଳୟରେ ଶତବାର୍ଷିକୀ ଉଦଯାପନ ଲାଲ୍ ପତାକା ଉତ୍ତୋଳନ

କଟକ, (ଓ୍ବାଇଏନଏସ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ର ପ୍ରତିଷ୍ଠା  କାନପୁର ୧୯୨୫ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ବର୍ଷବ୍ୟାପି ଶତବାର୍ଷିକୀ ସମାରୋହ ପରେ ଆଜି ଚାନ୍ଦିନୀଚୌକ ବ୍ରାହ୍ମଣସାହି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଲାଲ ପତାକା କୁ ବର୍ଷିଆନ ସାଥି ଭ୍ରମରବର ସାହୁ ଉତ୍ତୋଳନ କରିଥିଲେ। ସେଠାରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଜିଲ୍ଲା ସମ୍ପାଦକ ବିନୋଦ କୁମାର ବେହେରା ଯୋଗଦେଇ ପାର୍ଟିର ୧୦୦ ବର୍ଷ ଇତିହାସ ରେ ସ୍ବାଧୀନତା ର ପୂର୍ବ ଓ ପରବର୍ତ୍ତୀ ଦେଶରେ ସ୍ବାଧୀନତା, ଗଣତନ୍ତ୍ର, ସମାଜବାଦ ର ପୂଜାରୀ ରୂପେ ଶ୍ରମିକ, କୃଷକ, ଯୁବ ଛାତ୍ର ମହିଳା ମଧ୍ୟବିତ୍ତ ଓ ସାଧାରଣ ବର୍ଗ ର ଜନଗଣଙ୍କ ସ୍ବାର୍ଥ ଓ ଅଧିକାର ପାଇଁ ସଂଗ୍ରାମୀ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ନଗର ସମ୍ପାଦକ ପ୍ରସନ୍ନ କୁମାର ମହାପାତ୍ର ଆଗାମୀ ଦିନରେ ସଂଗଠନ କୁ ସୁଦୃଢ କରି ସମ୍ବିଧାନର ସାର୍ବଭୌମତ୍ୱକୁ ଅକ୍ଷୁର୍ଣ୍ଣ ରଖିବା କୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାଥ ବିପିନ ବିହାରୀ ପାଢ଼ୀ, ସୁକାନ୍ତ କୁମାର ବାରିକ,ଅଶୋକ ତା, ଅଭୟ କୁମାର ପଟ୍ଟନାୟକ, ମିହିର ବିଶ୍ବାଳ, ବାବାଜୀ ଚରଣ ବେହେରା, ପୂର୍ଣ୍ଣଚନ୍ଦ୍ର ସିଂ, ବଂଶିଧର ସେଠୀ, ଭାବଗ୍ରାହୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ନେତା କ୍ଷୀରୋଦ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ