କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନ

କଟକ (ଓ୍ବାଇଏନଏସ): ବର୍ଷାଋତୁ ସମୟରେ କଟକ ସହରରେ କୃତ୍ରିମ ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାକୁ ଦୃଷ୍ଟିରେ ରଖି  ଆଜି ସକାଳେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ବା ପରମେଶ୍ବରମ କଟକ ମହାନଗର ନିଗମର ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଲଗାଣ ବର୍ଷା ସମୟରେ ସହରର ନାଳ ନର୍ଦ୍ଦମା ସଫେଇ  କାର୍ଯ୍ୟ ସହ ବକ୍ସ ଡ୍ରେନର ସଫେଇ କାର୍ଯ୍ଯର ଅଗ୍ରଗତି ନିଜେ ବୁଲି ଦେଖିଥିଲେ । ସମାଜ କାର୍ଯ୍ୟାଳୟ ନିକଟସ୍ଥ ପଟାପୋଲ ଅଞ୍ଚଳ, ବାରପଥର ଠାରୁ ରାଉସ ପାଟଣା, ଛତ୍ର ବଜାର,ମାତୃ ଭବନ ଆଦି ଶାଖା ସ୍ରୋତ ନାଳ ଗୁଡିକର ଅବସ୍ଥା ପରକ୍ଷୀ ଥିଲେ। କଲ୍ୟାଣ ନଗର ଠାରେ ଏସ୍କାଭେଟର ଜରିଆରେ ଦଳ ସଫେଇ କାର୍ଯ୍ୟ ମଧ୍ୟ ବୁଲି ଦେଖିଥିଲେ। ପଦକ୍ଷେପ ସ୍ୱରୂପ ଆବଶ୍ୟକସ୍ଥଳେ ଅଧିକ କର୍ମଚାରୀ  ନିୟୋଜିତ କରାଯାଇ ତଥା ମେସିନ ବ୍ୟବହାର କରି ଯୁଦ୍ଧକାଳୀନ ଭିତ୍ତିରେ ଏ ସମସ୍ତ ଅଂଚଳରେ ମୁଖ୍ୟ ସ୍ରୋତ ନାଳ ଏବଂ ଶାଖା  ସ୍ରୋତ ନାଳ ଗୁଡ଼ିକ ସଫେଇ କାର୍ଯ୍ୟ ଉପରେ ରାଜସ୍ବ ଆୟୁକ୍ତ ଗୁରୁତ୍ବ ଦେଇଥିଲେ। କଟକ ମହାନଗର ନିଗମ ଆୟୁକ୍ତ ଶ୍ରୀ ଅନାମ ଚରଣ ପାତ୍ରଙ୍କ ସହ ସମସ୍ତ ସ୍ଥିତି ଓ ପଦକ୍ଷେପ ସମ୍ପର୍କରେ ଆଲୋଚନା କରି ବୁଲି ଦେଖିଥିବା ଛୋଟ ବଡ଼ ନାଳ ଗୁଡିକରେ ଭରି ରହିଥିବା ଅଳିଆ ଆବର୍ଜନା ଗୁଡ଼ିକ ତୁରନ୍ତ ସଫେଇ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କଟକ  ସହରର ତଳିଆ ଅଞ୍ଚଳ ମାନଙ୍କରେ ଜଳମଗ୍ନ ଓ ନାଳ ନର୍ଦ୍ଦମା ମାନଙ୍କରେ ଜଳ ନିସ୍କାସନ ସମସ୍ୟାକୁ ଦୁର କରିବା ନିମନ୍ତେ ରାଜସ୍ଵ ଆୟୁକ୍ତ ଶ୍ରୀ ପରମେଶ୍ବରମ ଗତ ଶୁକ୍ରବାର ସନ୍ଧ୍ୟାରେ ନିଜ କାର୍ଯ୍ୟାଳୟ  ସମ୍ମିଳନୀ କକ୍ଷରେ ମହାନଗର ନିଗମର ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ସହ ସମୀକ୍ଷା ବୈଠକ କରିବାପରେ ଆଜି ସ୍ଥିତି ପରଖିବା ପାଇଁ ବିଭିନ୍ନ ଅଞ୍ଚଳର ନାଳ ନର୍ଦ୍ଦମା ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଡେପୁଟି କମିଶନର ଶ୍ୱେତସ୍ନିଗ୍ଧା ପ୍ରଧାନ, ସହର ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର,ନିର୍ବାହୀ ଯନ୍ତ୍ରୀ ସଂଯୁକ୍ତା ସା, ଭରତ ସେଠୀ, ସୁବାସ ସାହୁଙ୍କ ସମେତ ମହାନଗର ନିଗମର ଅନ୍ୟାନ୍ୟ ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ