କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନର ଭାରତବନ୍ଦ ଡାକରା ଆସିକାରେ ଶାନ୍ତିପୂର୍ଣ୍ଣ ଭାବେ ସହ ପାଳିତ

ଆସିକା ତା ୦୯/୦୭ (ୱାଇଏନ୍‍ଏସ୍‍) କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ବିରୋଧୀ ଆଭିମୁଖ୍ୟକୁ ବିରୋଧ କରି ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନ ଓ ସେମାନଙ୍କ ସହଯୋଗୀ ସଂଗଠନ ପକ୍ଷରୁ ବୁଧବାର ଦିଆଯାଇଥିବା ଭାରତବନ୍ଦ ଡାକରା ଆସିକା ସହ ତଥା ଏହାର ଆଖପାଖ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳର ବରିଷ୍ଠ ବାମପନ୍ଥୀ ଶ୍ରମିକ ନେତା ବିଦେଶୀ ନାହାକ, ରାଜେନ୍ଦ୍ର କୁମାର ଦାଶ, ପିତବାସ ମହାପାତ୍ର, ଦେବହରି ମହାନ୍ତି, ଭଜରାମ ଲେଙ୍କା, ସନ୍ୟାସୀ ନାହାକ, ଅଶୋକ ମହାରଣାଙ୍କ ସମେତ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ବହୁ ଶ୍ରମିକ ନେତା ଏହି କାର୍ଯ୍ୟକ୍ରମରେ ସାମିଲ୍‍ ହୋଇ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପଥପ୍ରାନ୍ତ ସଭାମାନଙ୍କରେ ଉଦ୍‍ବୋଧନ ଦେଇ କେନ୍ଦ୍ର ସରକାର ପୂର୍ବର ଶ୍ରମ ଆଇନକୁ ପରିବର୍ତ୍ତନ କରି ଆଣିଥିବା ନୂତନ ୪ଟି ଶ୍ରମକୋର୍ଡ ଲାଗୁ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କର୍ପୋରେଟ୍‍ ସପକ୍ଷବାଦୀ ବୋଲି ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି କେବେ ବି ଗ୍ରହଣୀୟ ନୁହେଁ ବୋଲି ମତବ୍ୟକ୍ତ କରି କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତିକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଦୃଢ ଦାବୀ କରିଥିଲେ । ଏଆଇଟିୟୁସି ଅନୁବନ୍ଧିତ ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ବିଦେଶୀ ନାହାକ ଓ ବାମପନ୍ଥୀ ନେତା ରାଜେନ୍ଦ୍ର କୁମାର ଦାଶ ଏହି ଅବସରରେ ସମବାୟ ଚିନିଶିଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଉଦ୍‍ବୋଧନ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଶ୍ରମିକ ଓ କୃଷକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିବା ସାଙ୍ଗକୁ ୪ ଶ୍ରମକୋର୍ଡ ତୁରନ୍ତ ବାଲିଲ୍‍ କରିବା, ଜାତୀୟ ଶ୍ରମ ସମ୍ମିଳନୀ ତୁରନ୍ତ କରାଇବା, ସ୍କିମ୍‍ ୱାର୍କର ଯଥା ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ପାଚିକା, ଗ୍ରାମ ପଞ୍ଚାୟତ କର୍ମଚାରୀ ଓ ଉଦ୍ୟାନସାଥୀଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ କରିବା, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ କରିବା, ଦରଦାମ୍‍ ବୃଦ୍ଧିକୁ ବନ୍ଦ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣକୁ ବନ୍ଦ କରିବା, ପୁରୁଣା ପେନସନ୍‍ ଲାଗୁ କରିବା ସହ ସର୍ବନିମ୍ନ ଇପିଏଫ୍‍ ପେନସନ୍‍ ମାସିକ ୯ ହଜାର ଟଙ୍କା ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ଦୃôଢ ଦାବୀ କରିଥିଲେ । ଆସିକା ସମବାୟ ଚିନିଶିଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ଭାରତବନ୍ଦ ଡାକରା ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ପଥପ୍ରାନ୍ତ ସଭାରେ କର୍ମଚାରୀ ସଂଘର ସଂପାଦକ ଶିବରାମ ରାଉଳ, ସହସଂପାଦକ ନାଗେଶ୍ୱର ରାଓ, କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ପଟ୍ଟନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ଏମ୍‍.ରାମବାବୁ ଦୋରା, ସଂଘର ସକ୍ରିୟ ସଦସ୍ୟ ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, ବାସୁଦେବ ସ୍ୱାଇଁ, ରାଜେଶ୍‍ କୁମାର ନାହାକ, ବିପିନ୍‍ କୁମାର ସ୍ୱାଇଁ, ସିମାଞ୍ଚଳ ମହାନ୍ତି, ପୁରେନ୍ଦ୍ର ବେହେରା, ପ୍ରଭାକର ଜେନା, ବ୍ରଜେନ୍ଦ୍ର ଦାଶ, କାଳନ୍ଦୀ ଚରଣ ସାହୁ, କାଳୁଚରଣ ସ୍ୱାଇଁ, ସଂଜୟ କୁମାର ମଲିକ, ହାଡୁ ପାତ୍ର, ତ୍ରିନାଥ ସ୍ୱାଇଁ, ପ୍ରସନ୍ନ କୁମାର ବିଷୋୟୀ, ପ୍ରସନ୍ନ କୁମାର ସ୍ୱାଇଁ, ବାଇଧର ନାହାକ, ତ୍ରିନାଥ ବେହେରା, ସୁରଜ ଗୌଡ, ହରି ବାରିକ, ଟୁନା ବିଶ୍ୱାଳ, ପ୍ରିୟବ୍ରତ ପାତ୍ର, କପିଳେଶ୍ୱର ଜେନା, ରବିନ୍ଦ୍ର ମହାରଣା, ହାଡୁ ପାତ୍ର, ସୁବାସ ପାତ୍ର, ସନ୍ତୋଷ ଗୌଡଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ