ଶବର ସମାଜ ଗୋଷ୍ଠୀକେନ୍ଦ୍ର ସଭାଗୃହ ଲୋକାର୍ପଣ ଉତ୍ସବ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ନୀଳମାଧବ ଆଦିବାସୀ ଶବର ସାଂସ୍କୃତିକ ମହାସଂଘ ଆନୁକୂଲ୍ୟରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡି ଗ୍ରାମରେ ସରକାର ଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ଶବର ସମାଜ ଗୋଷ୍ଠୀକେନ୍ଦ୍ର ସଭାଗୃହ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି।ପୂଜକ ହରେକୃଷ୍ଣ ଅମାନ୍ତ ଗୃହ ପୂଜାର୍ଚ୍ଚନା କରିଥିଲେ।ପାରମ୍ପାରିକ ଘୁମରା ନାଚ ଗୀତ ରେ ଅତିଥିଗଣଙ୍କୁ ପାଛଟି ନିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଆଇଏସ୍ ବଟକୃଷ୍ଣ ଦେହୁରୀ,ସମ୍ମାନୀତ ଅତିଥି ଜିଲ୍ଲା ସଭାପତି ଆଦିବାସୀ କଲ୍ୟାଣ ସଂଘ,ବଲାଙ୍ଗିର ରାଜ୍ୟସଂଯୋଜକ ସତ୍ୟନରାୟଣ ଭୋଇ,ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଓ ଏସ୍ ତାପସ ଭୋଇ,ଖୋର୍ଦ୍ଧାଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଞ୍ଜଳୀ ସ୍ବାଇଁ,ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ଦେହୁରୀ,ଜିଲ୍ଲା ସଭପତି ଇନ୍ଦ୍ରମଣି ଦେହୁରୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ।ଅୟୋଜିତ ସଭାରେ ଶବର ଜାତିର ଏକତା,ଭାଇଚାରା,ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ସଂମ୍ପର୍କରେ ଅତିଥିଗଣ ସଚେତନ କରିଥିଲେ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ବିଦ୍ୟାଧର ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଦେବଦତ ଦେହୁରୀ ଓ ସୁଦର୍ଶନ ଦେହୁରୀ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାସଚିବ ବୈଲୋଚନ ଦେହୁରୀ,ଜିଲ୍ଲା ଅଧ୍ୟକ୍ଷ ଇନ୍ଦ୍ରମଣି  ଦେହୁରୀ,କୋଷାଧ୍ୟକ୍ଷ କୁମ୍ବକର୍ଣ୍ଣ ଦେହରୁୀ,ଉପଦେଷ୍ଟା ମଣ୍ତଳୀ ଗଜେନ୍ଦ୍ର ଦେହୁରୀ,ହରିଚନ୍ଦନପୁର ଗୈାରାଙ୍ଗ ଦେହୁରୀ,ଆନନ୍ଦପୁର ଘନଶ୍ୟାମ ଖଟୁଆ,ପାଟଣା ଦିଲ୍ଲିପ ଦେହୁରୀ,ଅଫିନା ଦେହୁରୀ,ଚମ୍ପୁଆ ସଦାନନ୍ଦ ଦେହୁରୀ,ପରମେଶ୍ବର ଦେହୁରୀ,ଶିବ ଦେହୁରୀ,ପୁରୁଷତ୍ତୋମ ଅମାନ୍ତ,ରତ୍ନକାର ଅମାନ୍ତ,ଗଜେନ୍ଦ୍ର ଦେହୁରୀ,ମୁକୁନା ଗ୍ରାମର ଉଗ୍ରେସନ ଦେହୁରୀ,ନାରାୟଣ ଚନ୍ଦ୍ର ଦେହୁରୀ,ଭିମସେନ ନାଏକ ପ୍ରମୁଖ ସହଯୋଗ କରିଥିଲେ।ଏଥିରେ ପଶ୍ଚିମ ଓଡିଶା,ଦକ୍ଷିଣ ଓଡିଶା,ଉତ୍ତର ଓଡିଶା ସମେତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୨୫ଶହ ପାଖାପାଖି ଶବର ସମାଜର ଭାଇ ଭଉଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ