ଚମାଖଣ୍ଡି ପୋଲିସ ପକ୍ଷରୁ ସହିଦ ଦିବସ ପାଳିତ
ଛତ୍ରପୁର, (ଓ୍ବାଇଏନଏସ): ଚମାଖଣ୍ଡି ପୋଲିସ ପକ୍ଷରୁ ପୋଲିସ ସହିଦ ଦିବସ ପାଳନ କରାଯାଇଛି l ଗଞ୍ଜାମ ପୋଲିସ ଜିଲ୍ଲାର ଡି. ଏସ. ପି ଗିରିଜା ଶଙ୍କର ପଟ୍ଟନାୟକ, ଛତ୍ରପୁର ଏସ.ଡି.ପିଓ ଚନ୍ଦନ କୁମାର ଘଡେ଼ଇ, ଚମାଖଣ୍ଡି ଥାନା ଅଧିକାରୀଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଓ ବିଟ ହାଉସ ଅଧିକାରି ପରମେଶ୍ବର ମଲ୍ଲିକ ଉପସ୍ଥିତ ରହି ନରେନ୍ଦ୍ର ପୁର ଗ୍ରାମର ସହିଦ ପୋଲିସ କର୍ମଚାରୀ ରବୀନ୍ଦ୍ର କୁମାର ବେହେରା ଙ୍କ ଘର କୁ ଯାଇ ତାଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଦେବା ସହିତ ନୀରବ ପ୍ରାର୍ଥନା କରିଥିଲେ। ଏହି ଅବସର ରେ ସହିଦ ରବିଦ୍ରଙ୍କ ପତ୍ନୀ ଓ ପୁଅ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।