ଚମାଖଣ୍ଡି ଥାନା ଅଧିକାରୀଣୀ ଭାବେଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,(ଓ୍ବାଇଏନଏସ) :  ଗଞ୍ଜାମ ପୋଲିସ ଜିଲ୍ଲାର ଚମାଖଣ୍ଡି ଥାନାରେ ନୂତନ ଥାନା ଅଧିକାରୀଣୀ ଭାବେ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଗଞ୍ଜାମ ପୋଲିସ ଜିଲ୍ଲାର ହେଡ଼କ୍ଵାଟର ରେ ଦାୟିତ୍ୱ ତୁଲାଇ ଥିବା ବେଳେ ତାଙ୍କର ଚମାଖଣ୍ଡି ଥାନା କୁ ବଦଳି ହୋଇଥିଲା । ଆଜି ଚମାଖଣ୍ଡି ଥାନା ଅଧିକାରୀଣୀ ଭାବେ ନିଜ ଦାୟିତ୍ୱ ଗ୍ରହଣ କରିବା  ପରେ ଥାନାର ସମସ୍ତ କର୍ମଚାରୀ ଓ ଅଧିକାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଚମାଖଣ୍ଡି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ସହ ଟ୍ରାଫିକ ସମସ୍ୟାକୁ ଗୁରୁତ୍ୱ ଦେବେ । ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ ବୋଲି ସେ କହିଥିଲେ। ଏହା ପୂର୍ବରୁ ସେ ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ  ନିଜର କାର୍ଯ୍ୟ ସୂଚାରୁ ରୂପେ ତୁଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ