ବାହାନଡ଼ାରେ ଚନ୍ଦନ ଯାତ୍ରା ଉତ୍ସବ ପାଳିତ

ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀସ୍ଥିତ ବାହାନଡ଼ା ଚନ୍ଦନ ପୋଖରୀରେ ଚନ୍ଦନ ଯାତ୍ରା ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ବାହାନଡ଼ା ହରିହର ପୀଠ  ମନ୍ଦିର ପରିସରରୁ ପ୍ରଥମେ ଘଟଉତ୍ତୋଳନ କରାଯାଇ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ କରାଯାଇଥିଲା। ସଂଧ୍ୟାରେ ଏକ ବିରାଟ ପଟୁଆରରେ ପ୍ରଭୁ ରାଧାକୃଷ୍ଣଙ୍କୁ ଗାଁ ପରିକ୍ରମା କରାଯାଇଥିଲା। ରାତିରେ ରାଧାକୃଷ୍ଣଙ୍କୁ ନୌକାବିହାର ଦ୍ୱାରା ପ୍ରଭୁଙ୍କ ଚନ୍ଦନ ଯାତ୍ରା ସମପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କର ସମାଗମ ହୋଇଥିଲା। ପରଦିନ ଦ୍ୱିପହରେ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା। ଏଥିରେ ନିରଞ୍ଜନ ମହାନ୍ତି, ସଞ୍ଜୟ କୁମାର ମଢୁଆଳ, ରୁନା ସାମଲ, ରାମ ଚନ୍ଦ୍ର ଦାସ, ମିଟୁ, ଦୀପା, ସନ୍ଦୀପ, ବିକି, ଲେଲି, ମନୋଜ ଓ ଅନ୍ୟନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ