ପ୍ରଚଣ୍ଡ ଶବ୍ଦରେ ଥରିଲା ଚାନ୍ଦିପୁର ନାଉପାଳଗଡି

ବାଲେଶ୍ଵର(ସରୋଜ ପଣ୍ଡା): ଚାନ୍ଦିପୁର ବଳରାମଗଡି ମେରାଇନ ଥାନା ଅଧୀନ ନାଉପାଳଗଡି ଠାରେ ଆଜି ସକାଳେ ଧୂଆଁ,ନିଆଁ ସହ ପ୍ରଚଣ୍ଡ ଶବ୍ଦରେ ଥରିଲା । ଆଖପାଖ ଲେକେ ଭୟରେ ଘରୁ ବାହାରି ସୁରକ୍ଷିତ ଜାଗା କୁ ପଳାଇ ଯାଇଥିଲେ।ସୂଚନା ମୁତାବକ ସକାଳ ୬ ଟା ସମୟରେ ନାଉପାଳଗଡି ଠାରେ ଥିବା ଏକ ବେଆଇନ ଗ୍ୟାସ ଦୋକାନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା।ଏଥିରେ ୬ ରୁ ଉର୍ଦ୍ଧ ସିଲିଣ୍ଡର ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ହୋଇଥିଲା। ଏତେ ଭୟାବହ ଥିଲା ଯେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।ଖବର ପାଇ ବଳରାମଗଡି ମେରାଇନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପାଖ ରାସ୍ତାରେ ଯାତାୟାତ ବନ୍ଦ କରିଥିଲେ।ବାଲେଶ୍ଵର ରୁ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲ।ଏହି ବିସ୍ଫୋରଣରେ ଗ୍ୟାସ ଦୋକାନ ଭାଙ୍ଗି ଚୁର ମାର ହୋଇଥିଲା।ଏହି ଦୋକାନ ଘରେ ବେଆଇନ ଭାବେ ୭୦ ଟି ଗ୍ୟାସ ସିଲିଣ୍ଡର ରଖାଯାଇଥିଲା,ନିଆଁ ଲାଗିବାର କାରଣ ବିଦ୍ୟୁତ୍ ସଟ୍ ସର୍କିଟ ରୁ ଲାଗିଥିବାର ସନ୍ଦେହ କରାଯାଇଛି।ତେବେ ଏହି ବେଆଇନ ଗ୍ୟାସ ସିଲିଣ୍ଡର କାରବାର ରେ ଜଣେ ହୋମ ଗାର୍ଡ କରୁଥିବା ନେଇ ସ୍ଥାନୀୟ ଉତ୍ୟକ୍ତ ଲୋକେ ପ୍ରକାଶ କରିଥିଲେ। ଏ ସଂପର୍କରେ ବଳରାମଗଡି ମେରାଇନ ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ନରେନ୍ଦ୍ର କୁମାର ପାଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ