ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା଼ ଯାତ୍ରା ସମାପନ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା) ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଶ୍ରୀ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ସମାପନ ହୋଇଛି। ଧାର୍ମିକ ରୀତିନୀତି ଅନୁଯାୟୀ ରାଉଳପାଟଣା ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପକ୍ଷରୁ ଶ୍ରୀଜିଉମାନଙ୍କ ହୋମଯଜ୍ଞ ଆଦି କାର୍ଯ୍ୟ ସଂପନ୍ନ କରାଯାଇଥିଲା। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡିରେ ଅଣାଯାଇ ରଥାରୁଢ଼ କରାଯାଇଥିଲା । ଏହାପରେ ରଥରେ ଚାରମାଳ ଓ ଘୋଡା ବନ୍ଧା ଯିବା ପରେ ରଥରେ ସାରଥୀ ମାନଙ୍କୁ ରଥାରୁଢ଼ କରାଯାଇଥିଲା। ବାହୁଡା ଯାତ୍ରା ଅବସରରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥରେ ସେବକ ଗୋପାଳ ଦାଶ ଛେରା ପହଁରା ନୀତି ସଂପାଦନ କରିଥିଲେ। ଅପରାହ୍ନ ୫ଘଟିକା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ବାହୁଡା ଯାତ୍ରାରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ଜଗନ୍ନାଥ ପ୍ରେମୀଙ୍କ ସମାଗମ ହୋଇଥିଲା। ଏହି ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ। ସନ୍ଧ୍ୟା ୭ ଟା ସମୟରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ କୋଣାର୍କ ମେଡିକାଲ ଛକ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲା। ରବିବାର ସଂଧ୍ୟାରେ ସୁନାବେଶ ଓ ଭଜନ ପରିବେଷଣ ହେବ। ଏହି କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ଟ୍ରଷ୍ଟ ବୋର୍ଡ ପତିଚାଳକ ନିରଞ୍ଜନ ବାରିକ , ସଭ୍ୟ ଶିଶିର ସେଠ , ଗଗନ ପାତ୍ର , ମନୋରଞ୍ଜନ ପଣ୍ଡା , ମାନସ ପାତ୍ର , ସୁମନ୍ତ ବେଉରା , ପପିଞ୍ଜନ ନାୟକ , ଧୁଶାସନ ନାୟକ ଓ ଶ୍ରୀଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।