ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ଏକ ପାଠଚକ୍ର ଅନୁଷ୍ଠାନ ଅଧ୍ୟକ୍ଷ ଡ଼ ଗିରିଧର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି I ଏହି ପାଠଚକ୍ରରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଅରବିନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ.ଇ.ରବିନାରାୟଣ ପାତ୍ର ଏବଂ ଡ. ସଂଜୀବ କୁମାର ଦାଶ୍ ଯୋଗ ଦେଇଥିଲେ I ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ର ରାଜ କୁମାର ନାୟକ ‘ଇମ୍ପୋଟାଣ୍ଟ୍ ଅଫ୍ କେମିକାଲ୍ ପଲ୍ଯୁଟାଣ୍ଟସ୍ ଅନ୍ ହ୍ୟୁମାନ୍ ହେଲଥ୍’ ଶୀର୍ଷକ ସନ୍ଦର୍ଭ ପାଠ କରିଥିଲେ I ପାଠଚକ୍ର ସମ୍ପାଦିକା ଗାୟତ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ତପନ କୁମାର ତ୍ରିପାଠୀଙ୍କ ସମେତ ରସାୟନ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ