ନୂତନ ଏକାଉଣ୍ଟ ଖୋଲିବାରେ ଛେନାପଦି ଡାକଘର ପ୍ରଥମ

ହାଟଡିହି (ଓ୍ବାଇଏନଏସ):  ନୂତନ ଏକାଉଣ୍ଟ ଖୋଲିବାରେ ଛେନାପଦି ଡାକଘର ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିବାର ଗୌରବ ହାସଲ କରିଛି। କେନ୍ଦୁଝର ମୁଖ୍ୟ ଡାକଘର ଠାରେ ଡିଭିଜନ ର ୬୦ ତମ ପ୍ରତିଷ୍ଠା ଦିବସ ଅବସରରେ  ହାଟଡିହି ଉପ ଡ଼ାକଘର ଅଧୀନରେ ଥିବା ଛେନାପଦି ବ୍ରାଞ୍ଚ ଅଫିସର ବ୍ରାଞ୍ଚ ପୋଷ୍ଟ ମାଷ୍ଟର  ସନ୍ତୋଷ କୁମାର ମଲ୍ଲିକଙ୍କୁ ସମଗ୍ର ଡିଭିଜନରେ ନୂଆ ଏକାଉଣ୍ଟ୍ ଖୋଲିବା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଡିଭିଜନ ଟପର ଭାବେ ସ୍ୱତନ୍ତ୍ର ପୁରସ୍କାର ସ୍ୱରୂପ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରା ଯାଇଛି। ଶ୍ରୀଯୁକ୍ତ ମଲ୍ଲିକ ଏନେଇ ହାଟଡିହି ସବପୋଷ୍ଟ ଅଫିସର ସମସ୍ତ କର୍ମଚାରୀଙ୍କ ପ୍ରେରଣାକୁ ସେ ନିଜର ଶ୍ରେୟ ଦେଇଛନ୍ତି। ସେଥିପାଇଁ ସେ ସମ୍ମାନୀୟ ସୁପରିଟେଣ୍ଡେଣ୍ଟ, ଉପଖଣ୍ଡ ସ୍ତରୀୟ ଇନ୍ସପେକ୍ଟର, ଓ ହାଟଡିର ସବ ପୋଷ୍ଟ ମାଷ୍ଟରଙ୍କୁ  କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ