ଛତ୍ରପୁର ସଂକୁଳ କ୍ରୀଡା ଉଦଘାଟିତ

ଛତ୍ରପୁର, (ଓ୍ବାଇଏନଏସ):  ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର  ଆନୁକୂଲ୍ୟରେ ଛତ୍ରପୁର ସଂକୁଳ କ୍ରୀଡା ଉଦ୍ଘାଟିତ ହୋଇଯାଇଛି। ସଂକୁଳ ପ୍ରମୁଖ ଡ ଜେ କୁର୍ମା ରାଓଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଅଜୟ କୁମାର ତ୍ରିପାଠୀ ଉଦ୍ଘାଟନ କରିଥିଲେ । ସଂକୁଳ ସଂଯୋଜକ  ରବୀନ୍ଦ୍ର ନାଥ ଦାଶ ପରିଚୟ ସହିତ ସ୍ବାଗତ ଭାଷଣ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥିମାନଙ୍କ ମଧ୍ଯରେ ବିଜ୍ଞାନ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ପ୍ରଭାକର ପାଢୀ ଏବଂ ସ୍ଥାନୀୟ ବିଦ୍ୟାଳୟର ସଭାପତି  ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ  ସିମାଞ୍ଚଳ ପାତ୍ର, ସଦସ୍ଯ  ରାମ ପ୍ରସାଦ ପଟ୍ଟନାୟକଙ୍କ ସମେତ ଛତ୍ରପୁର ସଂକୁଳର ଛଅଟି ବିଦ୍ୟାଳୟର (ରମ୍ଭା,ନରେନ୍ଦ୍ରପୁର, ଭଞ୍ଜବିହାର,ଗୋପାଳପୁର,ଛତ୍ରପୁର ଓ ଗଞ୍ଜାମ)ମୋଟ ୧୬୦ଜଣ କ୍ରୀଡା ପ୍ରତିଭାଗୀମାନଙ୍କ ସହିତ ସମସ୍ତ ପ୍ରଧାନାଚାର୍ଯ୍ଯ ଓ ଆଚାର୍ଯ୍ଯ ଆଚାର୍ଯ୍ଯା ଯୋଗ ଦେଇଥିଲେ।ଶେଷ ରେ ନରେନ୍ଦ୍ରପୁର ପ୍ରଧାନାଚାର୍ଯ୍ଯ  ତ୍ରିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ