ନୂଆଁ ବର୍ଷ ଅବସରରେ ତାମ୍ପରାଠାରେ ଛତ୍ରପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ସାମ୍ବାଦିକ ବନ୍ଧୁମିଳନ
ଛତ୍ରପୁର, (ଓ୍ବାଇଏନଏସ): ନୁଆଁ ବର୍ଷ ଅବସରରେ ଛତ୍ରପୁର ନିକଟସ୍ଥ ତାମ୍ପରା ଠାରେ ଛତ୍ରପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଆହ୍ୱାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିର୍ବାଚନମଣ୍ଡଳୀର ବିଭିନ୍ନ ଗଣମାଧ୍ୟମର ୫୦ରୁ ଅଧିକ ସାମ୍ବାଦିକ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ନାୟକ ସମସ୍ତ ସାମ୍ବାଦିକମାନଙ୍କୁ ନୁଆଁ ବର୍ଷର ହୃଦୟପୂର୍ଣ୍ଣ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟାକୁ ଗଣମାଧ୍ୟମ ମାଧ୍ୟମରେ ସମ୍ପୃକ୍ତ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟିଗୋଚର କରାଇବା ପାଇଁ ସାମ୍ବାଦିକମାନଙ୍କୁ ଆହ୍ୱାନ ଜଣାଇଥିଲେ। ସାମ୍ବାଦିକମାନଙ୍କ ସକ୍ରିୟ ସହଯୋଗ ଥିଲେ ନିର୍ବାଚନମଣ୍ଡଳୀର ସମଗ୍ର ବିକାଶ ଅଧିକ ଗତିଶୀଳ ହେବ ବୋଲି ସେ କହିଥିଲେ। ବିଧାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟ ଏଭଳି ଅବିରତ ଭାବେ ଜାରି ରହୁ। ଏହି ନୁଆଁ ବର୍ଷଟି ବିଧାୟକଙ୍କ ପାଇଁ ସଫଳତାର ବର୍ଷ ହେଉ ବୋଲି ସାମ୍ବାଦିକ ମତ ପ୍ରକାଶ କରିଥିଲେ l ପ୍ରାରମ୍ଭ ରେ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ବିୟୋଗରେ ରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l


