ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ: ଦୁର୍ଘଟଣାରେ ଆହତ ହୋଇଥିବା ବାପା ପୁଅଙ୍କୁ ପଠାଇଲେ ମେଡିକାଲ

ଛତ୍ରପୁର,(ଓ୍ବାଇଏନଏସ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣାରେ ଆହତ ହୋଇଥିବା ବାପା ପୁଅ ଙ୍କୁ ମେଡିକାଲ ପଠାଇଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ଜାତୀୟ ରାଜପଥ ରେ ।‌ ଛତ୍ରପୁର ବିଧାୟକ କୃଷ୍ଣ ନାୟକ ଛତ୍ରପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ଗୋଟିଏ ବାଇକରେ ଛତ୍ରପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବାପା ଓ ପୁଅ ଦୁର୍ଘଟଣା ହୋଇ ଗୋବିନ୍ଦପୁର ଛକ ଜାତୀୟ ରାଜପଥ ରାସ୍ତା କଡ଼ରେ ପଡ଼ିଥିଲେ । ଏହାକୁ ଦେଖି ବିଧାୟକ ନିଜେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ନିକଟରେ ଥିବା ଜାତୀୟ ରାଜପଥ ପେଟ୍ରୋଲିଂ ଗାଡ଼ିରେ ଆହତ ବାପା ଓ ପୁଅଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଉଭୟ ବାପା ଓ ପୁଅଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଜଣାପଡ଼ିଛି । ତେବେ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।  ବିଧାୟକ ସହିତ ଉଦ୍ଧାର ବେଳେ ଅଂଚଳର ବହୁ ଯୁବକ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ