ଛତ୍ରପୁର ଏନଏସି ନିର୍ବାହି ଅଧିକାରୀଙ୍କ ଦବଙ୍ଗଗିରି : ଗରିବ ବ୍ୟବସାୟୀଙ୍କ ଫିଙ୍ଗିଲେ ପରିବାପତ୍ର

ଛତ୍ରପୁର ( ଓ୍ବାଇଏନଏସ): ଆଜିର ଦୁନିଆରେ ଛୋଟ ଛୋଟ ବେପାର କରି ପରିବାର  ପ୍ରତିପୋଷଣ କରିବା  ଯେ କେତେ କଷ୍ଟ ତାହା ତ ସମସ୍ତ ଙ୍କୁ ଜଣାଅଛି । ମାର୍କେଟରେ ଲୋକାଲ ଗୁଣ୍ଡା ମାନେ ବଟି ଆଦାୟ ଏବଂ ମାର ଧର କରିବା ତ ସମସ୍ତେ ଜାଣିଥିବେ ।କିନ୍ତୁ ଏବେ  ଏହି ଦାୟିତ୍ୱ କିଛି ସରକାରୀ ଅଫିସର ଓ କିଛି କର୍ମଚାରୀ ମାନେ ହାତକୁ ନେଇଛନ୍ତି । ଏହିପରି  ଘଟଣା  କିଛି ଆଜି ସକାଳ ସମୟରେ ଦେଖିବାକୁ ମିଳିଛି ଗଂଜାମ ସଦରମହକୁମା ଛତ୍ରପୁର ସହରର ପରିବା ର୍ମକେଟ ପାଖ ହାଇସ୍କୁଲ ରୋଡ ରେ । ଛତ୍ରପୁର  ଏନଏସି ନିର୍ବାହି ଅଧିକାରୀ ପ୍ରସନ୍ନଦାଶ ଖୋଦ ଆଜି ସକାଳ ସମୟରେ କିଛି ଛୋଟ ଛୋଟ ବ୍ୟାପାରି ମାନଙ୍କ ପରିବାପତ୍ର ଫୋପାଡିବା ସହ ଗାଳିଗୁଲଜ କରୁଥିବା  ଦେଖିବାକୁ ମିଳିଛି ।  ଯେଉଁ ମାନେ କି ଦିନକୁ ମାତ୍ର ୩ଶହରୁ ୪ ଶହ ଟଙ୍କା ବ୍ୟବସାୟ କରନ୍ତି ।  କିନ୍ତୁ  କିଛି ବଡ ବ୍ୟବସାୟ ଏନଏସିର ଘର ନେଇ ମଧ୍ୟ ତାଙ୍କର ସାମାନ ପତ୍ର ରାସ୍ତା ୩୦ ଭାଗ ମାଡି ବସିଛନ୍ତି । ନିର୍ବାହି ଅଧିକାରୀ  ଏହାକୁ ଦେଖି ଅଣଦେଖା କରି   ଚାଲିଯାଇଥିଲେ । ସହରରେ କୈାଣସି କ୍ୟାବିନ  ରହିବ ପାରିବ  ନାହିଁ ବୋଲି ଏନଏସି କତୃପକ୍ଷ  ବାରମ୍ବାର ତାଗିଦ୍   କରିଆସୁଛନ୍ତି । କିନ୍ତୁ ଖୋଦ ନିଜେ ନିର୍ବାହି ଅଧିକାରୀ ଏକ କେବିନ  ଚା ଦୋକାନରେ କିପରି ଚା ପିଉଛନ୍ତି ଅଭିଯୋଗ ହେଉଛି । ଏନଏସି ନିର୍ବାହି ଅଧିକାରୀ ଙ୍କ ଏପରି କାଯ୍ୟକଳାପ କୁ   ସହରର ବୁଦ୍ଧିଜିବୀ ଓ ଶିକ୍ଷାବିତ୍ ମହଲରୁ ନିନ୍ଦାକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ