ଯୁବକଙ୍କୁ ସଙ୍ଗବନ୍ଧ ଭାବେ ହତ୍ୟା ଘଟଣାର ପର୍ଦାଫାଶ କଲା ଛତ୍ରପୁର ପୋଲିସ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଥାନା ଅନ୍ତର୍ଗତ ରିକାପଲ୍ଲୀ ଗେଟ ନିକଟରେ ଅରୁଗୁଣୀ ଗ୍ରାମ ର ଆର. ରାଜା ରାଓ (୨୮) ନାମକ ଯୁବକଙ୍କୁ ସଙ୍ଗବନ୍ଧ ଭାବେ ହତ୍ୟା ଘଟଣା ର ପର୍ଦାଫାଶ କଲା ପୋଲିସ l ମାମଲା ରୁଜୁ ର ୨୪ ଘଣ୍ଟା ନ ପୂରଣୁ ୩ ଅଭିଯୁକ୍ତଙ୍କୁ ଧରି ଜେଲ ପଠାଇଲା ଛତ୍ରପୁର ପୋଲିସ l ସେମାନଙ୍କ ଠାରୁ ମୋବାଇଲ, ଖଣ୍ଡା ଓ ୨ ଠେଙ୍ଗା ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି l ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ଛତ୍ରପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଛତ୍ରପୁର ଏସଡ଼ିପିଓ ଚନ୍ଦନ କୁମାର ଘଡ଼ାଇ ଓ ଥାନା ଅଧିକାରୀ ସାବ୍ୟସାଚି ମଲ୍ଲ l ଅଭିଯୁକ୍ତ ମାନେ ହେଲେ ଛତ୍ରପୁର ସହରର ଦେବୀନଗର ସାହି ର ଚନ୍ଦନ ରାଉତ (୨୭) ଓ ତାଙ୍କ ଭାଇ ସୁନୀଲ ରାଉତ (୨୨) ଏବଂ ସହଯୋଗୀ ବ୍ୟାରେକ ସାହି ( ଚର୍ଚ୍ଚ ରୋଡ଼) ଅଂଚଳ ର ଆଶିଷ ବେହେରା ( ୨୨) ବୋଲି ପୋଲିସ ପକ୍ଷରୁ କୁହାଯାଇଛି l ପୂର୍ବରୁ ମଧ୍ୟ ଭଳିବଲ ଖେଳ ଅନ୍ୟାନ୍ୟ କାରଣ ଯୋଗୁଁ ମୃତ ରାଜା ଏବଂ ଅଭିଯୁକ୍ତ ମାନଙ୍କ ମଧ୍ୟ ରେ ବଚସା ଏବଂ ଝଗଡା ହୋଇଥିଲା l ଗୁରୁବାର ସନ୍ଧ୍ୟା ରେ ମଧ୍ୟ ରେ ଝଗଡା ହୋଇଥିଲା ପରବର୍ତୀ ସମୟରେ ରାଜା କୁ ସଙ୍ଗବନ୍ଧ ଭାବେ ଖଣ୍ଡା ଓ ଠେଙ୍ଗା ଆକ୍ରମଣ କରି ହତ୍ୟା କରାଯାଇଥିଲା l ଏନେଇ ମୃତ ରାଜା ଙ୍କ ଭାଇ ଆର. ଶ୍ରୀକାନ୍ତ ଏତଲା ଦାୟର କରିଥିଲେ l ଏତଲା କୁ ଭିତ୍ତିକରି ପୋଲିସ ଛତ୍ରପୁର କେସ ନଂ ୭୨/୨୦୨୬ ରୁଜୁ କରିଥିଲା l ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଅଭିଯୁକ୍ତମାନଙ୍କୁ ଧରିବା ନିମନ୍ତେ ୨ଟି ଟିମ ଗଠନ କରାଯାଇଥିଲା l ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଟିମ ର ନେତୃତ୍ୱ ନେଇଥିଲେ l ଅଭିଯୁକ୍ତ ମାନଙ୍କୁ କଟକ ଅଂଚଳ ରୁ ଗିରଫ କରାଯାଇଥିଲା ବୋଲି ଏସ୍ଡ଼ିପିଓ ଶ୍ରୀ ଘଡ଼ାଇ କହିଥିଲେ l ମୃତ ଏବଂ ଅଭିଯୁକ୍ତ ମାନେ ମଦ୍ୟପାନ କରନ୍ତି ବୋଲି ପୋଲିସ କହିବା ସହିତ ନିଶାକାରବାର କୁ ନେଇ ଏଭଳି ଘଟଣା ହୋଇଛି ବୋଲି ସାମ୍ବାଦିକ ଗଣ ଏସ୍ଡ଼ିପିଓ ଙ୍କୁ ପ୍ରଶ୍ନ କରିଥିବାରୁ ପୋଲିସ ର ନିଶାକାରବାର ଉପରେ ତୀକ୍ଷଣ ନଜର ରଖଯାଇଛି ବୋଲି କହିଥିଲେ l


