ଛତ୍ରପୁର ଉପଖଣ୍ଡସ୍ତରୀୟ ବ୍ୟାଞ୍ଚ ମାର୍କ ମୂଲ୍ୟାଙ୍କନ କମିଟି ବୈଠକ

 ଛତ୍ରପୁର, (ଓ୍ବାଇଏନଏସ):   ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଙ୍କ ଅଧ୍ୟକ୍ଷତା ରେ ଛତ୍ରପୁର ଉପଖଣ୍ଡସ୍ତରୀୟ ବ୍ୟାଞ୍ଚ ମାର୍କ ମୂଲ୍ୟାଙ୍କନ କମିଟି ୨୦୨୪-୨୬ ର ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଉପଖଣ୍ଡ ସ୍ତରରେ ଜମିଜମା କିଣାବିକା   ନିମନ୍ତେ ପ୍ରତ୍ୟେକ ରୟତି ପ୍ଲଟ ଗୁଡିକ ର ବ୍ୟାଞ୍ଚ ମାର୍କା ମୂଲ୍ୟ ର ପୁନଃ ଯାଞ୍ଚ କରି ନିର୍ଧାରଣ ସକାଶେ ଆଲୋଚନା ହୋଇଥିଲା, ୨୦୨୨-୨୪ ମୂଲ୍ୟାଙ୍କନ  ର ୧୦ରୁ ୨୦ ପ୍ରତିଶତ ବୃଦ୍ଧି କରିବା ନିମନ୍ତେ ବୈଠକ ରେ ନିଷ୍ପତ୍ତି ହୋଇଥିଲା, ସୂଚନା ଯୋଗ୍ୟ ମାନ୍ୟବର ହାଇକୋର୍ଟ  ଛତ୍ରପୁର ଉପଖଣ୍ଡସ୍ତରୀୟ ବ୍ୟାଞ୍ଚ ମାର୍କ ମୂଲ୍ୟାଙ୍କନ  ୨୦୨୨-୨୪ କମିଟି ଙ୍କୁ ଖାରଜ କରିବା ସହିତ ନୂତନ କିମିଟି ଗଠନ କରି ମୂଲ୍ୟାଙ୍କନ କରିବାକୁ ଆଦେଶ ଦେଇଥିଲେ, ଏହି ପ୍ରକାରେ ଆଜି କମିଟି ର ବୈଠକ ହୋଇଥିଲା, ଏହି ବୈଠକ ରେ ଡେପୁଟି କଲେକ୍ଟର ତଥା ଛତ୍ରପୁର ଜିଲ୍ଲା ନିବନ୍ଧକ ଅଭିଷେକ ସାହୁ, ସମସ୍ତ ତହସିଲଦାର ଏବଂ ଉପନିବନ୍ଧକ କାର୍ଯାଳୟ ର ଅଧିକାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ