ଭର୍ଚୁଆଲ ମାଧ୍ୟମରେ ଏସଆରଏଫ ଲିମିଟେଡ଼ କମ୍ପାନୀର ଭୂମି ପୂଜାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର, ୧୫/୯: ଆଜି ଭୁବନେଶ୍ୱର ଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଛତ୍ରପୁର ଉପକଣ୍ଠ ରେ ଥିବା ଟାଟା ଷ୍ଟିଲ ସ୍ପୋଶାଲ ଇକୋ ନୋମିକ ଜୋନ ଲିମିଟେଡ଼ ଗୋପାଳପୁର ଶିଳ୍ପ ପାର୍କ ରେ ଏସ ଆର ଏଫ ଲିମିଟେଡ୍ ନାମକ କମ୍ପାନୀ ର ଭୂମି ପୂଜା ର ଶୁଭା ରମ୍ଭ କରିଛନ୍ତି। ଏସ ଆର ଏଫ ନାମକ କମ୍ପାନୀ ବିଶେଷ ଭାବେ କ୍ୟାମିକାଲ ସେକ୍ଟର ର ଏକ ବୃହତ୍ତମ କମ୍ପାନୀ, ଏହି କମ୍ପାନୀ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶରେ ଗୋପାଳପୁର ଶିଳ୍ପ ପାର୍କ ରେ ୩୦୦ ଏକର ଜମିରେ ଏହାର ପ୍ରସ୍ତାବିତ ରାସାୟନିକ ଏବଂ ସ୍ୱତନ୍ତ୍ର ରାସାୟନିକ ୟୁନିଟ୍ ସ୍ଥାପନ କରିବ। ଏହା ଦ୍ୱାରା ପାଖା ପାଖି ଜିଲ୍ଲା ଏବଂ ଆଖ ପାଖ ଅଂଚଳ ର ୧୮ ହଜାରରୁ ଅଧିକା ଲୋକଙ୍କ ନିମନ୍ତେ ନିଯୁକ୍ତି ସମ୍ଭବନା ରହିବ, ଏସ ଆର ଏଫ କମ୍ପାନୀ ଏହି ଅଂଚଳ ରେ ସାମାଜିକ- ଆର୍ଥିକ କାର୍ଯ୍ୟ କଳାପକୁ ବୃଦ୍ଧି କରିବା ରେ ସହଯୋଗ କରିବ, ଏହା ଗୋପାଳପୁର ଶିଳ୍ପ ପାର୍କ ରେ ୧୪ ତମ ଶିଳ୍ପ ହେବ, ଗୋପାଳପୁର ଶିଳ୍ପ ପାର୍କ ଆବଶ୍ୟକୀୟ ଭିତ୍ତିଭୂମି ସୁବିଧା ଓ ଶିଳ୍ପ ପାଇଁ ଏକ ଅନୁକୂଳ ପରିବେଶ ସହିତ ଦେଶର ସର୍ବୋତ୍ତମ ଶିଳ୍ପ ପାର୍କ ମଧ୍ୟ ରୁ ଗୋଟିଏ ହେବାକୁ ଯାଉଛି, ଏହି ଅବସରରେ ଗୋପାଳପୁର ସ୍ଥିତ ଜେ ଏନ ଟାଟା ବୈଷୟିକ ଶିକ୍ଷା କେନ୍ଦ୍ରରେ ଏକ ସମାରୋହ ମଧ୍ୟ ଆୟୋଜିତ ହୋଇଥିଲା, ଏଥିରେ ଆସିକା ସାଂସଦ ଅନୀତା ଶୁଭ ଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଯୋଗଦେଇ ମୋହନ ସରକାର ଲୋକଙ୍କ ସରକାର, ଗଞ୍ଜାମ ଜିଲ୍ଲା ଶିଳ୍ପ ର ହବ ହେବାକୁ ଯାଉଛି, ଯାହା ଗତ ସରକାର ଅମଳ ରେ ହୋଇ ନଥିଲା ତାହା ମୋହନ ସରକାର ଙ୍କ ଅମଳ ରେ ହୋଇଛି, ଏସ ଆର ଏଫ ଲିମିଟେଡ଼ କମ୍ପାନୀ ହେଲେ ଲୋକଙ୍କୁ ଅଧିକ ନିଯୁକ୍ତି ମିଳିବ, ଗୋପାଳପୁର ଶିଳ୍ପ ପାର୍କ ଆହୁରି ସୁଦୃଢ ହେବ ବୋଲି ସେମାନେ କହିଥିଲେ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗ ଦେଇ କହିଥିଲେ ଯେ ଆଜି ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଓ ସୌଭାଗ୍ୟ ର ଦିନ, ଆମେ ସମସ୍ତେ ଉପହାର ପାଇଛେ, ସବୁ ଠାରୁ ବଡ଼ ସ୍କେଲ ରେ ଏସଆରଏଫ ଲିମିଟେଡ଼ ନାମକ କମ୍ପାନୀ ହେବାକୁ ଯାଉଛି, ଟାଟା ଏସ ଇଜେଡ କୁ ଗୋପାଳପୁର ପୋର୍ଟ ମଧ୍ୟ ରେ ବର୍ତ୍ତମାନ ୟୁ ଟି ଲିଟି କରିଡ଼ର ପ୍ରକଳ୍ପ ଆଡ଼ଭାନ୍ସ ଷ୍ଟେଜ ରେ ଅଛି, ଟାଟା ଏସ ଇ ଜେଡ ମଲ୍ଟି ମୋଡେଲ କନଭେଟିଭ ରହୁଛି,ଯେହେତୁ ସାମନା ରେ ଜାତୀୟ ରାଜପଥ ସହ ତିନୋଟି ରେଳ ଷ୍ଟେସନ , ପୋର୍ଟ, ଭୁବନେଶ୍ୱର ଏୟାର ପୋର୍ଟ ଏବଂ ରଙ୍ଗେଈଲୁଣ୍ଡା ବୀମାନ ବନ୍ଦର ରହୁଛି , ତେଣୁ କମ୍ପାନୀ ମାନଙ୍କୁ ବ୍ୟବସାୟୀ ବୃଦ୍ଧି କରିବ,ଟାଟା ଏସଇ ଜେଡ ଗୋପାଳପୁର ଶିଳ୍ପ ପାର୍କ ରେ ଏସ ଆର ଏଫ ଲିମିଟେଡ଼ କମ୍ପାନୀ କୁ ମିଶାଇ ୧୪ ଟି ବିଭିନ୍ନ ପ୍ରକାର ଶିଳ୍ପ ରେ ପରିଣତ ହୋଇଛି, ଏସ ଆର ଏଫ ଲିମିଟେଡ଼ କମ୍ପାନୀ ସବୁ ଠାରୁ ବଡ଼ ସ୍କେଲ ରହିଛି ବୋଲି ସେ କହିଛନ୍ତି , ଏଥି ନିମନ୍ତେ ସେ ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି, ସେହିପରି ଟାଟା ଏସ ଇ ଜେଡ ର ଏମ ଡି ମଣିକାନ୍ତ ନାୟକ ଏବଂ ଏସ ଆର ଏଫ ଲିମିଟେଡ଼ କମ୍ପାନୀ ର ଭାଇସ ପ୍ରେସିଡେଣ୍ଟ ଦିନେଶ ବାବୁ ଙ୍କ ସମେତ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ,