ଧରଣୀଧର ବିଶ୍ୱ ବିଦ୍ୟାଳୟରେ ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଧରଣୀଧର ବିଶ୍ବବିଦ୍ୟାଳୟର ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଆନ୍ତଃ ବିଶ୍ଵବିଦ୍ୟାଳୟକ୍ରୀଡ଼ା ପ୍ରତିଯୋଗିତା ପରିଏକସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ କରିବା ନିଶ୍ଚିତ ଭାବେ ବିଶ୍ୱବିଦ୍ୟାଳୟର ଯାତ୍ରାରେ ଏକ ମାଇଲଖୁଣ୍ଟ ହୋଇ ରହିବ। ଏହି ଅବସରରେ ରାଜ୍ୟର ୧୩ବିଶ୍ୱବିଦ୍ୟାଳୟରୁଭାଗନେଉଥିବା ପ୍ରତିଯୋଗୀମାନଙ୍କୁ ଖେଳରେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ। ସେତାଙ୍କଅଭିଭାଷଣରେ କହିଥିଲେ ଯେ,ଖେଳକୁଦରଗୋଟିଏ ମହତ୍ବପୂର୍ଣ୍ଣ ଦିଗ ହେଉଛି ଖେଳୁଆଡ ମନୋଭାବ। ଖେଳକୁଦ ହେଉଛି ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। କେବଳ ପ୍ରତିଯୋଗୀତା ପାଇଁ ନୁହେଁ, ଶରୀରକୁ ସୁସ୍ଥ ଓ ଚଞ୍ଚଳ ରଖିବା ପାଇଁ କିଛି ନା କିଛିଶାରୀରିକ ପରିଶ୍ରମ କରିବା ଆବଶ୍ୟକରାଜ୍ୟର କ୍ରୀଡା ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ଦେଶର ଏକ ଆଗଧାଡିର ରାଜ୍ୟ। ପ୍ରକୃତରେ ଓଡିଶାକୁ ଭାରତର କ୍ରୀଡା ରାଜଧାନୀ ଭାବେ ଲୋକେ ଅଭିହିତ କରନ୍ତି। ଆଜି ଓଡିଶାରେ ବିଶ୍ଵସ୍ତରୀୟ କ୍ରୀଡା ଭିତ୍ତିଭୂମି ଅଛି, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କ୍ରୀଡା ପ୍ରଶିକ୍ଷକ ଅଛନ୍ତି। ରାଜ୍ୟର ଉଦୀୟମାନ କ୍ରୀଡାବିତ୍ ମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ରାଜ୍ୟ ପାଇଁ ଗୌରବ ଆଣି ଦେଉଛନ୍ତି। ଆମ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଭଲିବଲ, କ୍ରିକେଟ, ଫୁଟବଲ ଓ ଆଥଲେଟିକସ୍ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ସୃଷ୍ଟି କରାଯିବ । କ୍ରୀଡାର ବିକାଶ ପାଇଁ ୫ ବର୍ଷ ମଧ୍ୟରେ ୪ ହଜାର ଏକ ଶହ ୨୪ କୋଟି ଟଙ୍କା ଖର୍ଚ୍ଚକରାଯିବ । ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ଳକସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮ ଶହ ୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛିକେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟସ ହବ୍ ରୂପେ ବିକାଶ କରାଯିବା ସହିତ ସାରା ରାଜ୍ୟରେ କ୍ରୀଡା କ୍ଷେତ୍ରରେ ବିଶ୍ବସ୍ତରୀୟ ସୁବିଧା ଉପଲବ୍ଧ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ପୁଣି କହିଥିଲେ ଯେ, ଗୋଷ୍ଠୀସ୍ତରୀୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଚିହ୍ନଟ କରିବା ପାଇଁ ଏକ ପରିବର୍ତ୍ତନମୂଳକ ପଦକ୍ଷେପ ଭାବରେ ସି.ଏମ୍. ଟ୍ରଫି ଶୁଭାରମ୍ଭ କରାଯାଇଛି । ବ୍ଳକଠାରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଫୁଟବଲ, ଆଥଲେଟିକସ୍, ହକି ଓ ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ଏହି ଟ୍ରଫି ଜରିଆରେ ଲକ୍ଷାଧିକ ଆଥଲେଟ୍ ଅଂଶଗ୍ରହଣ କରିବେ । ଗ୍ରାମୀଣ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଶ୍ବସ୍ତରୀୟ ସ୍ବୀକୃତି ଆଣିଦେବା ହେଉଛି ଆମର ଏକମାତ୍ର ଲକ୍ଷ୍ୟ । ଚଳିତବଜେଟରେ ଆମେ କ୍ରୀଡା ଏବଂ ଯୁବସେବା ବ୍ୟାପାର ବିଭାଗ ପାଇଁ ୧ ହଜାର ୩୧୯ କୋଟି ୭୯ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛୁ। ପ୍ରତ୍ଯେକଟି ଟଙ୍କା ଆପଣଙ୍କ ପରି ଆମ ଓଡ଼ିଶାର ଯୁବ ଖେଳାଳୀଙ୍କ ପ୍ରତିଭାର ବିକାଶ ପାଇଁ ଖର୍ଚ୍ଚ ହେବ। ଆପଣମାନେ ଏହାର ଅଂଶୀଦାର ହୁଅନ୍ତୁ ଏବଂ ନିଜ ପାଇଁ ତଥା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ସାଂସଦ କେନ୍ଦୁଝର, ଶ୍ରୀ ଅନନ୍ତ ନାୟକ, ମାନ୍ୟବର ବିଧାୟକ ଚମ୍ପୁଆ ଶ୍ରୀ ସନାତନ ମହାକୁଡ଼, ମାନ୍ୟବର ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ମାନ୍ୟବର ବିଧାୟକ ତେଲକୋଇ ଶ୍ରୀ ଫକୀର ମୋହନନାଏକ,ଜିଲ୍ଲାପାଳକେନ୍ଦୁଝରଶ୍ରୀଵିଶାଲସିଂହ,ଧରଣୀଧରବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀ ପ୍ରତାପ କୁମାର ମହାନ୍ତି ଓକୁଳସଚିବ ଶ୍ରୀ ଶଶିକାନ୍ତ ଜେନା ପ୍ରମୁଖଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ପାଞ୍ଚଦିନ ବ୍ୟାପୀ ହେବାକୁଥିବା ଏହି ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭରେ ରାଜ୍ୟର ୧୨ଗୋଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଛନ୍ତି।