କୁରାଢିଘଷା, କହାଳିଆଗଡିଆକୁ ମୂଖ୍ୟମନ୍ତ୍ରୀ ବସ ଚଳାଚଳ ବନ୍ଦ: ଲୋକେ ହନ୍ତସନ୍ତ

ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକର ସୀମାନ୍ତ କୁରାଢିଘଷା, କହାଳିଆଗଡିଆ ଅଞ୍ଚଳକୁ ମୂଖ୍ୟମନ୍ତ୍ରୀ ବସ ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। , ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଲକ୍ଷ୍ମୀ ବସ ସେବା ଆରମ୍ଭ ଦିନ ଠାରୁ କେନ୍ଦୁଝର ଜିଲ୍ଲା ସୀମାନ୍ତ ପଢ଼ିଆରୀପଲ୍ଲୀ ଦେଇ କୁରାଢିଘଷା, କହାଳିଆଗଡିଆ, ଝୁଣାବାଡି, ମହୁଲ ପଙ୍ଖା ଆଦି ଗ୍ରାମକୁ ଯାତାୟତ କରୁଥିଲା। ତେଣୁ ଏ ଅଞ୍ଚଳର ଲୋକମାନେ ବ୍ଲକ, ତହସିଲ୍, ବ୍ୟାଙ୍କ୍, ଡ଼ାକ୍ତରଖାନା ଆଦି ଯାତାୟାତ କରୁଥିଲେ। ଏପରିକି ସ୍କୁଲ କଲେଜ ପିଲାମାନେ ଏହି ବସ ଉପରେ ନିର୍ଭର କରି ଆସୁଥିଲେ। କିନ୍ତୁ ଗତ ଅଗଷ୍ଟ ପହିଲାରୁ କିଛି କାରଣ ନଥାଇ ମୁଖ୍ୟମନ୍ତ୍ରୀ ବସ ସେବା ବନ୍ଦ ହୋଇ ଯାଇଛି। ପଢ଼ିଆରିପଲ୍ଲୀ ରୁଟରେ ଆସୁଥିବା ବସକୁ ସିଆଡିମାଳିଆକୁ ଚଲା ଯାଉଛି। କୁରାଢିଘଷା, କହାଳିଆଗଡିଆ, ଝୁଣାବାଡି, ମହୁଲପଙ୍ଖା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ବସ ବନ୍ଦ କରିବା ଯୋଗୁଁ ଏ ଅଞ୍ଚଳର ଲୋକମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏ ଅଞ୍ଚଳକୁ ଅନ୍ୟ କିଛି ବି ଯାତ୍ରୀବାହି ବସ ନଥିବାରୁ ଏ ଅଞ୍ଚଳର ଲୋକମାନେ  ଯାତାୟତ କ୍ଷେତ୍ରରେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏନେଇ ଗ୍ରାମର କିଛି ବ୍ୟକ୍ତି  ଜିଲ୍ଲାପାଳ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିଲେ ବି କିଛି ସୂଫଳ ମିଳି ପାରିନି। ତେଣୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ସହ କୌଣସି ପଦକ୍ଷେପ ନନେଲେ ଆନ୍ଦୋଳନ କରାଯିବ ବୋଲି ରମେଶ ଚନ୍ଦ୍ର ବେହେରା, ବୃନ୍ଦାବନ ବେହେରା, କମଳା ବେହେରା, ସୁକୁମତି ସାହୁ, ରେବତୀ ସାହୁ, ଗୌରାଙ୍ଗ ବେହେରା, ସୋମନାଥ ବେହେରା, ବଳରାମ ସାହୁ, ସୁକୁମାରୀ ସାହୁ, ସୌଭାଗ୍ୟ ରଞ୍ଜନ ବେହେରା, ଚନ୍ଦ୍ରମଣି ବେହେରା, ପ୍ରସାଦ ବେହେରା, ବସନ୍ତ କୁମାର ବେହେରା, ଗୋଲକ ଚନ୍ଦ୍ର ବେହେରା, ସୁବାସିନୀ ବେହେରା, ମଞ୍ଜୁ ଯେନା, ରମାକାନ୍ତ ଦାସ, ଗୋପାଳ ଦାସ, ପ୍ରଦୀପ ନାଇକ, ରବୀନ୍ଦ୍ର କୁମାର ଦାସ, ସୌଦାମିନୀ ସାହୁ, ପ୍ରମିଳା ତ୍ରିପାଠୀ, ସରସ୍ବତୀ ବେହେରା, ରୁନୁ ତ୍ରିପାଠୀ, କୁନ୍ତଳା ଦେହୁରୀ, ବିଜୁଳି ବେହେରା, ବଳଭଦ୍ର ପାଣିଗ୍ରାହୀ ପ୍ରମୁଖ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ