ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରିୟଙ୍କା ମାରାଣ୍ଡି ଏସସିବି ମେଡିକାଲର ଶଲ୍ୟ ଚିକିତ୍ସା ବିଭାଗରେ ହେଲେ ଆଡ଼ମିସନ
କଟକ, (ଓ୍ବାଇଏନଏସ) : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରିୟଙ୍କା ମାରାଣ୍ଡି ଆଜି ଏସ ସି ବି ମେଡିକାଲ କଲେଜ ହସ୍ପିଟାଲର ଶଲ୍ୟ ଚିକିତ୍ସା ବିଭାଗରେ ଆଡ଼ମିସନ ହୋଇଛନ୍ତି। ତାଙ୍କର ଏକ ଛୋଟ ଧରଣର ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ମେଡିକାଲ ପକ୍ଷରୁ ଏକ ଡାକ୍ତରୀ ଟିମ ପ୍ରସ୍ତୁତ କରାଯାଇଛି। ସର୍ଜରୀ ବିଭାଗ ପ୍ରଫେସର ଏଲ. ଭି. ଗୌରିଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯିବ। ଆଜି ଶ୍ରୀମତୀ ମାରାଣ୍ଡିଙ୍କର ସବୁ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଇଛି। ଡାଇବେଟିସ, ରକ୍ତଚାପ, କାର୍ଡିଓଲୋଜି, ରେସ୍ପିରେଟୋରି, ଆନାସଥେସିଆ ଆଦି ପରୀକ୍ଷା ଶେଷ ହୋଇଛି। ସମସ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ଆସନ୍ତାକାଲି ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବ। ସେ ସର୍ଜରୀ ବିଭାଗରେ ରହିଛନ୍ତି। ଏସ ସି ବି ମେଡିକାଲ କଲେଜ ହସ୍ପିଟାଲ ଅଧିକ୍ଷକ ଶ୍ରୀ ଗୌତମ ଶତପଥିଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ତଦାରଖ କରାଯାଉଛି।