ଚାଇଲ୍ଡ ହେଲ୍ପ ଲାଇନ୍ ୧୦୯୮ ର ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକର ନିଶ୍ଚିନ୍ତପୁର ହାଇସ୍କୁଲଠାରେ ଚାଇଲ୍ଡ ହେଲ୍ପ ଲାଇନ ୧୦୯୮, ଡିସିପିୟୁ, କେନ୍ଦୁଝର ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୁ୍ୟମ୍ନ କୁମାର ପ୍ରଧାନ ଙ୍କ ସମେତ ଚାଇଲ୍ଡ ହେଲପ୍ ଲାଇନ୍ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସୁପରଭାଇଜର ରୋହିତ କୁମାର ମହାନ୍ତ ଏବଂ କୃଷ୍ଣଚନ୍ଦ୍ର ମହାକୁଡ ପରିଚାଳନା କରିଥିବାବେଳେ ଲିଲିମା ଲୋହାର ଉପସ୍ଥାପନା କାର୍ଯ୍ୟଭାର ତୁଲାଇଥିଲେ ଓ ଡିପିସି ଉଷାମଣୀ ମହାନ୍ତ ସଭାପତିତ୍ୱ କରିଥିଲେ । ଚାଇଲ୍ଡ ଲାଇନ୍ ର ଭୂମିକା ଓ ଗୁରୁତ୍ୱପୂର୍ଣ୍ଣ ବିଷୟରେ କେଶ ୱାର୍କର କୃଷ୍ଣଚନ୍ଦ୍ର ମହାକୁଡ ଅବଗତ କରାଇଥିଲେ । କିପରି ଗୋଟିଏ ଅସହାୟ ଶିଶୁର ଉଦ୍ଧାର କରାଯାଇ ତାକୁ କିପରି ଥଇଥାନ କରାଯାଏ ସେ ବିଷୟରେ ମଧ୍ୟ ଜଣାଇଥିଲେ । ସୁପରଭାଇଜର ରୋହିତ କୁମାର ମହାନ୍ତ ଶିଶୁ ଶ୍ରମିକ,ବାଲ୍ୟବିବାହ,ଶିଶୁ ଚାଲାଣ ବିଷୟରେ ସଚେତନ କରାଇଥିଲେ । ସଭାଶେଷରେ ଡିପିସି ଉଷାମଣୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ