ଧରଣୀଧର ଉଚ୍ଚ ବିଦ୍ୟାଳୟ ଓ ଏସଜିବିକେ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ ଗୁରୁଡା ସ୍ଥିତ ଧରଣୀଧର ଉଚ୍ଚ ବିଦ୍ୟାଳୟ ଓ SGBK ଗୁରୁଡା ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ଶିଶୁ ଦିବସ-୨୦୨୫ ପାଳିତ ହୋଇ ଯାଇଛି । ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୁଣମଣି ମହାନ୍ତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବେଙ୍ଗରା, ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଙ୍କ ଫଟୋ ରେ ପୁଷ୍ପମାଲ୍ୟ,ଧୂପ,ଦୀପ,ଚନ୍ଦନ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଜାତୀୟ ସଂଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । SGBK ଗୁରୁଡା ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବେଙ୍ଗରା ଓ ଗୁରୁଡା ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୁଣମଣି ମହାନ୍ତ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ପିଲାମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଶିଶୁ ଦିବସ ପାଳନର ଲକ୍ଷ୍ୟ,ଗୁରୁତ୍ୱ ଏବଂ ଆଭିମୁଖ୍ୟ ବିଷୟରେ ନିଜର ଅଭିଭାଷଣ ରଖିଥିଲେ । ପିଲାମାନେ ବାପା,ମାଆ,ଶିକ୍ଷକ ଏବଂ ଗୁରୁଜନ ମାନଙ୍କୁ ସମ୍ମାନ କରିବା ସହିତ ସେମାନଙ୍କର ଉପଦେଶକୁ ଗ୍ରହଣ କରି ଆଗକୁ ଚାଲିଲେ ନିଶ୍ଚିତ ସଫଳଗାମୀ ହେବେ । ପିଲାମାନେ ନିରନ୍ତର ପ୍ରଚେଷ୍ଟା କରି ନିଜ ପ୍ରତିଭାର ବିକଶିତ କରି ଜଣେ ଜଣେ ପ୍ରତିଭାବାନ ସୁନାଗରିକ ହୋଇପାରିବେ ଯାହାକି ମାନବ ସମ୍ବଳର ବିକାଶ ହୋଇପାରିବ l ଶିଶୁଦିବସ ପାଳନର ତାତ୍ପର୍ଯ୍ୟ ଏବଂ ନେହେରୁଙ୍କ ଅନେକ କିଛି ଘଟଣା ଏବଂ ତଥ୍ୟ ପିଲାମାନଙ୍କୁ ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିଶୁ ଦିବସ ପାଳନର ଗୁରୁତ୍ୱ ଏବଂ ଏହାର ପ୍ରଭାବ ବିଷୟ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟ କ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।


