ମୁଗୁପୁର କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି ୨୦୨୫
ହାଟଡିହି (ଓ୍ବାଇଏନଏସ): ଆଞ୍ଚଳିକ ସାଧନ କେନ୍ଦ୍ର ମୁଗୁପୁର ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଗୁପୁରରେ ଅନୁଷ୍ଠିତ ହୋଇଯାଇଛିl ସିଆରସିସି ଆକାଶ କୁମାର ସାହୁଙ୍କ ଆବାହକତ୍ୱରେ ବରଡ଼ି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବନଲତା ପାତ୍ର ସଂଯୋଜନା କରିଥିଲେ l ମୁଗୁପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତିମୟୀ ସେଠିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଥମିକ ମୁଗୁପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମ୍ବିତ ସ୍ଥିତପ୍ରଜ୍ଞ ସାହୁ, ମୁଖ୍ୟ ବକ୍ତା ଭାବେ କେଶବ ଚନ୍ଦ୍ର ପଣ୍ଡା, ସମ୍ମାନ୍ନିତ ଅତିଥି ଭାବେ ପ୍ରୀତିଲତା ସେଠି, ଶିଶିର କୁମାର ସାହୁ, ଖଗେଶ୍ୱର ସାହୁ, ଅକ୍ଷୟ କୁମାର ରାଉତ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି ଅବସରରେ ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବିତର୍କ, ପ୍ରବନ୍ଧ ଲିଖନ, ସଂଗୀତ, ବକ୍ତୃତା, ସାଂସ୍କୃତିକ ପ୍ରତିଯୋଗିତାରେ ଆହୁତି ରାଉତ, ବଦ୍ରିନାରାୟଣ ରାଉତ, ସାନିଆ ବରାଳ, ତପନ କୁମାର ରାଉତ, ଅଂଶୁମାନ ନାୟକ, ଶୁଭସ୍ମିତା ଜେନା, ପ୍ରୀତିରାଜ ବେହେରା, ଲଷ୍ମୀପ୍ରିୟା ଧଳ, ଶୁଭ୍ରାଂଶୁ ଶେଖର କର, ଶୁଭସ୍ମିତା ଖଣ୍ଡା, ପ୍ରୀତିପ୍ରଜ୍ଞା ରାଉତ, ସୁଲଗ୍ନା ସାହୁ, ସ୍ଵର୍ଣ୍ଣଲତା ବରାଳ, ଜିଜ୍ଞାସା ପ୍ରିୟଦର୍ଶନୀ ଜେନା, ବିଶ୍ୱବନ୍ଦିତା ଚକ୍ର ଏବଂ ପୂଜା ଜେନା ଆଦି କୃତି ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ବ୍ଲକ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ l ବିଚାରକ ଭାବେ ନୃତ୍ୟଗୁରୁ କଳ୍ପତରୁ ଆଚାର୍ଯ୍ୟ ଓ କ୍ଷୀରାବ୍ଦୀ ତନୟା ପଣ୍ଡା ଏବଂ ମୁଗୁପୁର ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l